-
ହନ୍ତୁକ ସମବାୟ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ସଦର ସ୍ଥିତ ହନ୍ତୁକ ସମବାୟ ସମିତିର ହୋଇଥିବା ଧାନ କିଣାବିକା ମହା ଦୁର୍ନିତୀ ଓ ଫାଇଲିନ୍ ସହାୟତା ଅର୍ଥ ହେରଫେରର ତୁରନ୍ତ ତଦନ୍ତ ଏବଂ କାର୍ଯ୍ୟନୁଷ୍ଠାନ ଦାବିରେ
ପୁରୀ ଜିଲ୍ଲାପାଳଙ୍କୁ ହୋଇଥିବା ମହା ଦୁର୍ନୀତି ବିରୁଦ୍ଧରେ ସୂଚନାଧିକାର କର୍ମୀ ମାନଙ୍କ ତରଫରୁ ଏକ ଦଶ ଦଫା ଦାବି ପୂର୍ଣ୍ଣ ଅଭିଯୋଗ ପତ୍ର ପ୍ରଦାନ କାରାଯାଇଛି |ବାରମ୍ବାର ଅଭିଯୋଗ ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧ୍ୟ ହୋଇ ସାତ ଦିନ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନହେଲେ ସୂଚନା ଅଧିକାର କର୍ମୀମାନେ ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ସୂଚନା ଅଧିକାର କର୍ମୀ
ଅବିନାଶ ମିଶ୍ର, ବାବିନା ଜେନା,ସୁଶାନ୍ତ ଜେନା, ଇନ୍ଦ୍ରମଣି ପ୍ରଧାନ,ସଞ୍ଜୟ କୁମାର ପ୍ରଧାନ ଓ ସୁଦର୍ଶନ ପ୍ରଧାନ ପ୍ରମୁଖ ଲିଖିତ ଆକାରରେ ଦେଇଥିଲେ |