କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଦି ମିରର ଅନୁଷ୍ଠାନ ପୁରୀ ତରଫରୁ ଶିକ୍ଷା ସଂସ୍କାର ଓ ଯୁବକ ଯୁବତୀ ଙ୍କ ପାଇଁ ଆଲୋଚନା ଚକ୍ର ହୋଇଯାଇଛି l ରାଷ୍ଟ୍ରୀୟ ସଦଭାବନା ମଞ୍ଚ ର ଉପଦେଷ୍ଟା ପ୍ରାକ୍ତନ ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ l ଦି ମିରର ସଭାପତି ତଥା ରାଷ୍ଟ୍ରୟ ସଦଭାବନା ମଞ୍ଚ ର ଆବାହକ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ ଅତିଥି ପରିଚୟ ଓ ଏହି କାଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କ ରେ ସମ୍ୟକ ସୂଚନା ପ୍ରଧାନ କରିଥିଲେ l ମୁଖ୍ୟ ଅତିଥି ଆଞ୍ଚଳିକ ନିର୍ଦେଶକ ନେହୁର ଯୁବ କେନ୍ଦ୍ର ଶ୍ରୀଯୁକ୍ତ ନବୀନ କୁମାର ନାୟକ ଯୁବକ ଯୁବତୀ ମାନଙ୍କ ପାଇଁ କରୋନା ସମୟ ରେ କିପରି ସ୍ୱାବଲମ୍ବୀ ହେଇପାରିବେ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ l ଜାତୀୟ ଯୁବ ପ୍ରକଳ୍ପ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ମଧୁସୂଦନ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନର ଗ୍ରାମକୁ ଫେରିଚାଲ ର ଡାକରା ଦେଇ ଯୁବକ ଯୁବତୀ ମାନଙ୍କୁ ଅନୁପ୍ରାଣିତ କରିଥିଲେ l ଜିଲ୍ଲା ସଂଯୋଜକ ପୁରୀ ଶ୍ରୀଯୁକ୍ତ ଜୟଶଙ୍କର ଯୋଶୀ, ରାଷ୍ଟ୍ରୀୟ ସଦଭାବନା ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ଉପାଧ୍ୟାକ୍ଷା ସ୍ଵର୍ଣ୍ଣଲତା ଜେନା, ଡାକ୍ତର ଲଷ୍ମୀକାନ୍ତ ଦାସ ଆଲୋଚନା ରେ ସକ୍ରିୟ ଅଂଶ କରିଥିଲେ l ପୁରୀ ଜିଲ୍ଲା ରେ ସମସ୍ତ ପଞ୍ଚାୟତ ଓ ସହରାଞ୍ଚଳ ବସ୍ତି ରେ ଦି ମିରର ଅନୁଷ୍ଠାନ ଆନୁକୂଲ୍ୟରେ ଏକ “ଶିକ୍ଷା ଆନନ୍ଦ କେନ୍ଦ୍ର ” ଖୋଲାଯାଇଛି | ଗରିବ, ଅବହେଳିତ ଓ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ରେ ମୂଲ୍ୟବୋଧ ଶିକ୍ଷା ପ୍ରଦାନ କରାଯିବା ରେ ପ୍ରସ୍ତାବ ଗ୍ରହଣ କରାଗଲା ଓ ଆସନ୍ତା ଅଗଷ୍ଟ 1 ତାରିଖରେ ରାମଚଣ୍ଡୀ ସାହି ବାଲିକୁଦା ରେ ଶୁଭାରମ୍ଭ କରାଯିବା ପାଇଁ ନିଷ୍ପତି କରାଗଲା ଏବଂ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ମହିଳାମାନଙ୍କୁ ବିଭିନ୍ନ କୁଟୀର ଶିଳ୍ପ ମାଧ୍ୟମରେ ତାଲିମି ଦିଆଯାଇ ସ୍ୱାବଲମ୍ବୀ କରିବା ପାଇଁ ନିଷ୍ପତି ଗ୍ରହଣ କରାଗଲା l କୋଭିଡି ନିୟମ ପାଳନ କରି ପୁରୀ ଜିଲ୍ଲା ର ସମସ୍ତ ବ୍ଲକ ର 48 ଜଣ ଯୁବକ ଯୁବତୀ ଏହି କାଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l ଏହି କାଯ୍ୟକ୍ରମ ରେ ଅନୁଷ୍ଠାନ ର ପ୍ରଜ୍ଞା ଶୁଭମିତା ପ୍ରତିହାରୀ, ବର୍ଷା, ମହିମା, ରବି, ଚନ୍ଦନ, ଅନିଲ ଓ ପ୍ରଭାସ ପ୍ରଧାନ ଏହି କାଯ୍ୟ ରେ ସହଯୋଗ କରିଥିଲେ l ସର୍ବଶେଷ ରେ ଆଇନୀଜୀବୀ ବସନ୍ତ କୁମାର ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
Related Stories
November 22, 2024