କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ପୌରସଂସ୍ଥାର ପୂର୍ବତନ ଅଧ୍ୟକ୍ଷା ବରିଷ୍ଠ ବିଜେଡି ନେତ୍ରୀ ଶାନ୍ତିଲତା ପ୍ରଧାନ ଦ୍ଵିତୀୟ ଥର ପାଇଁ ବିଜୁ ମହିଳା ଜନତା ଦଳ ପୁରୀଜିଲ୍ଲା ଅଧ୍ୟକ୍ଷା ରୂପେ ମନୋନୀତ ହୋଇଛନ୍ତି |ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଦଳର ରାଜ୍ୟ ଅଧ୍ୟକ୍ଷା ସ୍ନେହାଗିନୀ ଛୁରିଆ ଶାନ୍ତିଲତା ଙ୍କୁ ମନୋନୀତ କରିଛନ୍ତି |ସେହିପରି ପୁରୀଜିଲ୍ଲାର କଣାସ ବ୍ଲକ ପାଇଁ କାଦମ୍ବରୀ ସାମନ୍ତରାୟ, ସତ୍ୟବାଦୀ ବ୍ଲକର ହରପ୍ରିୟା ବେହେରା, ଅସ୍ତରଙ୍ଗ ବ୍ଲକର ମିନତୀ ବସ୍ତିଆ, କାକଟପୁର ବ୍ଲକର ସବିତା ଦାସ, କୋଣାର୍କ nac ର ଭାନୁମତି ରାଉତରାୟ, ଗୋପ ବ୍ଲକ ର ପୁଷ୍ପା ରାଣୀ ସ୍ୱାଇଁ, ବ୍ରହ୍ମଗିରି ବ୍ଲକର ପ୍ରତିମା ଜେନା, ପୁରୀ ସଦର ବ୍ଲକର ସୁସ୍ମିତା ରଥ, ପୁରୀ ମୁନିସିପାଲିଟିର ବିନୋଦିନୀ ଦାସ, ନିମାପଡା ବ୍ଲକର ମୋହିନୀ ଜେନା, ନିମାପଡା nac ର କୌଶଲ୍ୟା ସାହୁ, ପିପିଲି ବ୍ଲକର ସୁଶ୍ମା ରାଣୀ ପୃଷ୍ଟି, ପିପିଲି NAC ର ମମତା ମଲ୍ଲିକ, ଡେଲାଙ୍ଗ ବ୍ଲକର ବାସନ୍ତୀ ସାହୁ, କୃଷ୍ଣପ୍ରସାଦ ବ୍ଲକର ରୀନାରାଣୀ ଜେନାଙ୍କୁ ଅଧ୍ୟକ୍ଷା ରୂପେ ନିଯୁକ୍ତି ଦିଆଯାଇଛି |ସେହିପରି ଜିଲ୍ଲା କମିଟିରେ ୬ ଜଣ ଉପ ସଭାନେତ୍ରୀ, ୬ ଜଣ ସାଧାରଣ ସମ୍ପାଦିକା ଙ୍କ ସମେତ ୩୨ ଜଣ ସମ୍ପାଦିକା ଙ୍କୁ ନିଯୁକ୍ତି ଦେଇଛନ୍ତି ସ୍ନେହାଗିନୀ ଛୁରିଆ |ସ୍ୱତନ୍ତ୍ର ରୂପେ ୨ ଜଣ ଡିଜିଟାଲ ସମ୍ପାଦିକା ଭାବେ ନିଯୁକ୍ତି ଦେଇଛନ୍ତି |ଶ୍ରୀମତୀ ଶାନ୍ତିଲତା ପ୍ରଧାନ ଦ୍ଵିତୀୟ ଥର ପାଇଁ ପୁରୀ ବିଜୁ ମହିଳା ସଭାପତି ମନୋନୀତ ହେବାପରେ ବିଭିନ୍ନ ମହିଳା ସଂଗଠନ ର ନେତ୍ରୀମାନେ ଶାନ୍ତିଲତା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି |