
ବେଲଗୁଣ୍ଠା,28/7, ଆଜି ସନ୍ଧ୍ୟା 5 ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅଧିନସ୍ଥ ଉଢୁରା ଛକ ନିକଟରେ ଏକ ଅଜଣା ପିକ୍ଅପ୍ ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତାରସିଂ ଥାନା କଳିଙ୍ଗପଦର ଗ୍ରାମର ସୂର୍ଯ୍ୟ ନାଇକଙ୍କ ପୁଅ ସୁରେଶ ନାଇକ (35) । ସୂଚନା ପ୍ରକାରେ ବୁଧବାର ଅପରାହ୍ନ ୫ଟା ବେଳେ ସୁରେଶ ଜଗନ୍ନାଥପ୍ରସାଦ ବ୍ଳକ୍ ବରଗାଆଁ ପଟୁ ବେଲଗୁଣ୍ଠା ପଟେ ଆସୁଥିବା ବେଳେ ଉଢୁରା ଗ୍ରାମ ନିକଟରେ ଏକ ଅଜଣା ପିକ୍ଅପ୍ ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଘଟଣା ସ୍ଥଳରେ ସୁରେଶ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବେଲଗୁଣ୍ଠା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ବେଲଗୁଣ୍ଠା ଥାନରେ କେଶ୍ ନମ୍ବର୍ 177/21 ରେ ଏକ ମାମଲା ଋଜୁ ହୋଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି I ଆସନ୍ତା କାଲି ସୁରେଶର ଶବ ବ୍ୟବଚ୍ଛେଦ କରାଯାଇ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି I
ରିପୋର୍ଟ-ଶିବରାମ ଚୌଧୁରୀ