
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶ୍ରୀମନ୍ଦିରକୁ ଭକ୍ତମାନଙ୍କ ପ୍ରବେଶ ସମ୍ପର୍କରେ ଆଲୋଚନା ନିମନ୍ତେ ଆସନ୍ତା ଅଗଷ୍ଟ ୪ ତାରିଖ ଦିନ ବୈଠକ ଅନୁଷ୍ଠିତ ହେବ l ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କିଷାନ କୁମାର ଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନସିଙ୍ଗ ଜରିଆରେ ହେବାକୁ ଥିବା ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା , ଆରକ୍ଷୀ ଅଧିକ୍ଷକ କନୱାର ଵିଶାଲ ସିଂ , ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ମିଶ୍ର , ସମନ୍ୱୟ କମିଟିର ସଦସ୍ୟମାନେ ତଥା ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଅଂଶଗ୍ରହଣ କରିବେ l