
ନୂଆପଡା:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରା ପର ଖଇରଭାଡ଼ି ଗ୍ରାମର ନିକୁଞ୍ଜ ସଗରିଆ।୧୦ବର୍ଷ ତଳେ ତାଙ୍କ ଘର ଭାଙ୍ଗି ଯିବାରୁ ବର୍ତ୍ତମାନର ତୁକଲା ସରପଞ୍ଚ ଭଗତ ରାମ ମେହେରଙ୍କ ଖଳାରେ ଥିବା ଏକ ଛୋଟ ଘରରେ ରହୁଥିଲେ।ଏସମୟରେ ତାଙ୍କ ସ୍ତ୍ରୀ ମନ୍ଦାରଙ୍କ ମସ୍ତିଷ୍କ ବିକୃତି ଘଟିବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରି ସର୍ବସ୍ୱାନ୍ତ ହୋଇଗଲେ।ମନ୍ଦାର କିନ୍ତୁ ଭଲ ହେଲେନି ଓ ଏବେ ନିଜ ମାଆ ଘରେ ରହୁଛନ୍ତି।ଏତିକିରେ ଦୁଃଖ ସରିଲାନି।ନିକୁଞ୍ଜ ରହୁଥିବା ଖଲା ଘର ଭାଙ୍ଗି ଗଲା, କିଛିଦିନ ପରେ ତାଙ୍କର ଏକ ମାତ୍ର ଝିଅ କାହା ସହ ଫେରାର ହୋଇଗଲା।
ଅସହାୟ ଭାବରେ ଭାଗ୍ୟ ଆଦରି ନିକୁଞ୍ଜ ଏବେ ଛୋଟ ଘର ଖଣ୍ଡେ କରି ରହୁଛନ୍ତି।ଘରର ଛାତ ପଡିଣି କି କବାଟ ଲାଗିନାହିଁ।କୁଳିମଜୁରି କରି ପେଟ ପୋଷୁଥିବା ନିକୁଞ୍ଜ ଦିନେ କାମକୁ ନ ଗଲେ ଉପାସରେ ରହିବାକୁ ପଡେ।ବାଧିକାରେ ପଡିଲେ ଆହା କରିବାକୁ କେହି ନାହିଁ।ନିଷ୍ଠୁର ପ୍ରଶାସନ ସବୁ ଜାଣି ସବୁ ଶୁଣି ଚୁପ ରହୁଛି।ବଡ଼ବଡ଼ିଆଙ୍କ ହାତ ବାରିସୀ ସାଜିଥିବା ପ୍ରଶାସନ ଓ ରାଜନେତା କେବେ ନିକୁଞ୍ଜ ଙ୍କ ପରି ଲୋକଙ୍କ ଦୁଃଖ ବୁଝିବେ ଦେଖିବାକୁ ବାକି ରହିଲା।