
ସେ କହିଛନ୍ତି ଯେ ସାରା ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି, ଯେଉଁଠି ଅଧିକ ରହୁଛି ସେଠି ଆମେ ଅଧିକ ଫୋକସ୍ ଦେଇ କମେଇବାକୁ ଚେଷ୍ଟା କରୁଛୁ ।ଡିଏମଇଟି ଆହୁରି ମଧ୍ୟ କହିଛନ୍ତି, ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ୍ ହେବ । ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ । ପରିସ୍ଥିତିକୁ ଆକଳନ କରି ନିଷ୍ପତି ନିଆଯିବ ତରବରିଆ ନିଷ୍ପତି ନେଲେ ଆମ ପାଇଁ ବିପଦ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଦେଶରେ ଯଦି କେଉଁଠି ସଂକ୍ରମଣ ବଢୁଛି ତେବେ ଏହା ତୃତୀୟ ଲହର ଲକ୍ଷଣ ବୋଲି ଧରାଯିବ । କାରଣ ପ୍ରତି ପାଣ୍ଡେମିକରେ ଏମିତି ଦେଖାଯାଇଛି ।ସେ ଆହୁରି କହିଛନ୍ତି ଯେ ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସର ନିର୍ମାଣକାମ ଶେଷ ହୋଇଛି । ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି ତେଣୁ ପଛେଇବାର ପ୍ରଶ୍ନ ନାହିଁ । ରାଜ୍ୟ ସରକାର ଜମି ଓ ଅର୍ଥ ବି ଯୋଗାଇ ଦେବାକୁ ରାଜି ଅଛନ୍ତି । ମାତ୍ର ଆମେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିଛୁ । ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ହେଲେ ପଶ୍ଚିମ ଓଡ଼ିଶାର ଆଦିବାସୀ ବହୁଳ ଲୋକ ଅଧିକ ଉପକୃତ ହେବେ । ମେଡିକାଲ କଲେଜ ସନ୍ତୁଳିତ ଭାବେ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।