କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ସମାଜବାଦୀ ଦେଶ କ୍ୟୁବା ର ଆଭ୍ୟନ୍ତରୀଣ ଘଟଣା ରେ ସମ୍ରାଜ୍ୟବାଦୀ ଆମେରିକା ଲଗାତର ହସ୍ତକ୍ଷେପ କରୁଛି | ନିଜର ମେରିରାୟ ଶାସନ ଚଳାଇବା ପାଇଁ କ୍ୟୁବା ବିରୁଦ୍ଧରେ ଆର୍ଥିକ ବାସନ୍ଦ ଚଳାଇ ରଖିଛି| କ୍ୟୁବା ର ଏକ ଅଞ୍ଚଳ ଆମେରିକା ଦଖଲ କରି ସେଠାରେ ଏକ ଜେଲ ରେ ବିଭିର୍ଣ୍ଣ ଦେଶ ର ବନ୍ଦୀ ମାନଙ୍କୁ ରଖି ଅକଥନୀୟ ଅତ୍ୟାଚାର କରୁଛି | କ୍ୟୁବା ବିରୁଦ୍ଧରେ ସାମାଜିକ ଗଣ ମାଧ୍ୟମ କୁ ବ୍ୟବହାର କରିଛି |କ୍ୟୁବାର ରାଷ୍ଟ୍ର ମୁଖ୍ୟ ଙ୍କୁ ଗାଦିଚ୍ୟୁତ କରି ସଖି କଣ୍ଢେଇ ସରକାର ବସାଇବା ପାଇଁ ଆମେରିକା ଚକ୍ରାନ୍ତ କରିଛି | ଅର୍ଥନୈତିକ ବାସନ୍ଦ ଯୋଗୁଁ ଖାଦ୍ୟ, ଔଷଧ, ବିଦ୍ୟୁତ ଘୋର ଅଭାବ ଯୋଗୁଁ ଲୋକେ ଅକଥନୀୟ ଦୁର୍ଦଶା ଭୋଗୁଛନ୍ତି | କ୍ୟୁବାର ଜନଗଣ ଙ୍କ ପ୍ରତି ଓ ଆମେରିକା ବିରୁଦ୍ଧରେ କ୍ୟୁବା ବାସୀ ଙ୍କ ସଂଗ୍ରାମ ପ୍ରତି ସଂହତି ଜଣାଇ ଆଜି ପୁରୀ କଚେରୀ ଛକ ରେ ସର୍ବଭାରତୀୟ ଶାନ୍ତି ଓ ସଂହତି ସଂଗଠନ ତରଫରୁ ପ୍ରତିବାଦ ସହ ମାନବ ଶୃଙ୍ଖଳ କରାଯାଇଛି |ଏଥିରେ ବକ୍ତା ମାନେ କହିଛନ୍ତି ଯେ ଆମେରିକା ବିଶ୍ୱ ର ଇରାକ, ଅଫଗାନିସ୍ତାନ, ପାଲେଷ୍ଟାଇନୀ ଓ ଦକ୍ଷିଣ ଆମେରିକା ର ଦେଶମାନଙ୍କ ର ସାର୍ଵ ଭୌମତ୍ୱ ଉପରେ ହସ୍ତ କ୍ଷେପ କରି ସରକାର କୁ ଗାଦି ଚ୍ୟୁତ କରିଛି |ସେଇଭଳି କ୍ୟୁବା ର ସମାଜ ବାଦ ଉପରେ ହାମଲା କରିବା ଯୋଗୁଁ ସେଠାକାର ଲୋକେ ବିରୋଧ କରିଛନ୍ତି |ଆମେରିକା ର ଏଇ ଦାଦାଗିରି କୁ ପଣ୍ଡ କରିବା ପାଇଁ ଜନମତ ସୃଷ୍ଟି ହେବା ଉଚିତ | କ୍ୟୁବା ଉପରୁ ଆର୍ଥିକ ଅବରୋଧ ଉଠାଇବା ପାଇଁ ଦାବୀ କରିଛନ୍ତି |ଶାନ୍ତି ଓ ସଂହତି ସଂଗଠନ ତରଫରୁ ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ,ଭୀମ ସେନ ସ୍ୱାଇଁ, ମୋହନ ନାଇଡୁ, ଜିତେନ୍ଦ୍ରିୟ ବେହେରା, ଗୋବିନ୍ଦ ନାୟକ,ରଂଜିତ ନାୟକ,ମନୋରଞ୍ଜନ ମହାରଣା,ଅମରେନ୍ଦ୍ର ନନ୍ଦ, ଟୁନା ନାୟକ, ବିଭୁତି ରାଉତରାୟ,ବ୍ରହ୍ମାନନ୍ଦ ମହାରଣା, ଶରତ ସେଠି, ଜ୍ୟୋତି ନାୟକ ପ୍ରମୁଖ ଯୋଗ ଦେଇଥିଲେ |
Related Stories
November 22, 2024