କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଜାଗା ମିଶନରେ ବଳିଆପଣ୍ଡା ବସ୍ତିର ମହେଶ୍ଵର ନଗର ଓ ବିଜୟ ନଗର ଭିତରେ ପାତର ଅନ୍ତର କୁ ବିରୋଧ କରିଵା ସହିତ ବିଜୟ ନଗର ବସ୍ତି ବାସିନ୍ଦା ଙ୍କୁ ନାୟ ପ୍ରଦାନ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି |ଉଲ୍ଲେଖ ଯୋଗ୍ୟ ପୁରୀ ବଳିଆପଣ୍ଡା ବିଜୟନଗର ନିବାସୀ ପ୍ରାୟ ୧୭୦୦ ରୁ ଉର୍ଧ ପରିବାର ଏଠି ବର୍ଷ ବର୍ଷ ଧରି ଚଳି ଆସୁଛନ୍ତି | ପିଢ଼ି ପରେ ପିଢ଼ି ଏଠି ବସବାସ କରୁଛୁ | ଓଡିଶା ସରକାର ବସ୍ତି ବାସିନ୍ଦା ଙ୍କ ପାଇଁ ଆଣିଥିବା “ଜାଗା ମିଶନ” ଯୋଜନା ରେ ଆମେ ଅତ୍ୟନ୍ତ ଖୁସି ହୋଇ, ଚିନ୍ତା କରିଥିଲୁ ଗରିବ ବସ୍ତି ବାସିନ୍ଦା ଙ୍କ ପାଇଁ ନବୀନ ସରକାର ପ୍ରକୃତରେ ଭଗବାନ | ବସ୍ତି ରେ ରହୁଥିବା ଲୋକଙ୍କୁ ସମାଜ ଛୋଟ ନଜରରେ ଦେଖେ ଏବଂ ବସ୍ତିରେ ବିଭିନ୍ନ ଲୋକ ବାସ କରନ୍ତି | କିଛି ଲୋକଙ୍କ ପରିଚୟ ନଥାଏ ହେଲେ, ନବୀନ ସରକାର ବସ୍ତି ବାସିନ୍ଦାଙ୍କୁ ‘ଜାଗା ମିଶନ’ ଅଧୀନରେ ସ୍ଥାୟୀ ପଟ୍ଟା ଦେଉଥିବାରୁ ଆମେ ନବୀନ ସରକାର ଙ୍କ ଚିର ଋଣୀ ହେବୁ ବୋଲି ଚିନ୍ତା କରିଥିଲୁ | ହେଲେ ସବୁ ଚିନ୍ତା ପାଣିର ଗାର ହୋଇଗଲା | ବଳିଆପଣ୍ଡା ବସ୍ତି ୨ଭାଗରେ ବିଭକ୍ତ ଗୋଟେ ମହେଶ୍ଵେର ନଗର ଏବଂ ଆଉ ଗୋଟେ ବିଜୟ ନଗର | ମହେଶ୍ୱର ନଗର ରେ ୩୮୦ରୁ ଉର୍ଧ ପରିବାର ରହୁଥିବା ବେଳେ ବିଜୟନଗର ରେ ୧୭୦୦ ରୁ ଉର୍ଧ ପରିବାର ବସବାସ କରନ୍ତି | ଜାଗା ମିଶନ ବାବଦ କୁ ସରକାରୀ ଅଫିସର ଗଣ ବସ୍ତିକୁ ଆସି ସମସ୍ତ ବସ୍ତିରେ ବାସିନ୍ଦା ଙ୍କ ଗଣନା ସହ ସବୁ ତଦନ୍ତ ସାରିଥିଲେ | ପରେ ପରେ ଏକ ଲିଷ୍ଟ ଆସିଥିଲା ଯାହା କେବଳ ମହେଶ୍ଵର ନଗର ର ୩୮୦ ପରିବାର ଙ୍କୁ ପଟ୍ଟା ଦେବାପାଇଁ ଏକ ଲିଷ୍ଟ ସରକାର ଓ ଜ଼ିଲ୍ଲା ପ୍ରଶାସନ ଜାରି କରିଥିଲେ | ବିଜୟ ନଗର ବସ୍ତି ବାସିନ୍ଦା ଏହାର ବିରୋଧ ସ୍ୱରୂପ ବାରମ୍ବାର ଜ଼ିଲ୍ଲା ପ୍ରଶାସନ ଙ୍କ ଆଖି ଦୂର୍ଷ୍ୟ କରିଥିଲେ ବି ଉତ୍ତର କିଛି ମିଳିନଥିଲା | ପରେ ଭୁବନେଶ୍ୱର ଯାଇ ବସ୍ତି ବାସିନ୍ଦା ଙ୍କ ହକ ର ଲଢେଇ ପାଇଁ ରାଜଧାନୀ ରାଜରାସ୍ତା ରେ ଆନ୍ଦୋଳନ କରିଥିଲୁ | ହେଲେ କୌଣସି ସୁଫଳ ମିଳିନଥିଲା | ପୁରୀ ଜ଼ିଲ୍ଲା ପ୍ରଶାସନ ଙ୍କ ଉତ୍ତର ଥିଲା – ଏହି ବିଜୟ ନଗର ବସ୍ତି ମଧୁର ଜଳ ପ୍ରପାତ ଏରିଆ ଏଥିନିମନ୍ତେ ଏଠାରେ ସ୍ଥାଇ ପଟ୍ଟା ଦିଆଯାଇ ପାରିବନି | ହେଲେ, ମହେଶ୍ଵର ନଗର ର ୩୮୦ ପରିବାର ଙ୍କୁ ପଟ୍ଟା ମିଳିବ ପାଇଁ ଚିହ୍ନଟ କରାଯାଇଥିବା ବେଳେ ଏଥିରୁ ୬୦ପ୍ରତିଶତ ପରିବାର ମଧ୍ୟ ମଧୁର ଜଳ ପ୍ରପାତ ଅଞ୍ଚଳ ରେ ନିଜ ଘର କରିଛନ୍ତି | ଏଠି ପ୍ରଶ୍ନ – ମହେଶ୍ୱର ନଗର ର ୩୮୦ ପରିବାର କି ପୁଣ୍ୟ କରିଥିଲେ ଓ ବିଜୟ ନଗର ର ୧୭୦୦ପରିବାର କି ପାପ କରିଥିଲେ ? ପ୍ରଶାସନ ଓ ସରକାର କାହିଁକି ଏଭଳି ପାତର – ଅନ୍ତର ସୃଷ୍ଟି କରୁଛି ? ଆଜି ସେଇ ଦାବି ଓ ପ୍ରଶ୍ନ ନେଇ ବସ୍ତି ର ସହ ସହ ବାସିନ୍ଦା “ଜଳ ମିଶନ” ଉଦଘାଟନୀ ସଭାରେ ଜୋର ଜବରଦସ୍ତି ପଶିବା ପାଇଁ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଭିଡିଓ କନ୍ଫରେନ୍ସ ରେ ବସ୍ତି ବାସିନ୍ଦା ନିଜ ହକର କଥା କୁ ପଚାରିବା ପାଇଁ ଯିବାକୁ ଚିନ୍ତା କରିଥିଲେ | ଏବଂ ପ୍ରଶ୍ନ ବସ୍ତି ବାସିନ୍ଦା ଙ୍କର ଏହା ଥିଲା କି, ଯଦି ଜାଗା ମିଶନ ରେ ବଳିଆପଣ୍ଡା ବସ୍ତି କୁ ଅନ୍ତର୍ଭୁକ୍ତ କରାଯିବନି ତେବେ କୋଉ ଉଧେଶ୍ୟ ରେ କାହା ସ୍ୱାର୍ଥ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବଳିଆପଣ୍ଡା ରେ “ଜଳ ମିଶନ” ଉଦଘାଟନ କରାଯାଇଥିଲା | ଏହାର ବିରୋଧ କୁ ରୋକିବା ପାଇଁ ବଳିଆପଣ୍ଡା ବସ୍ତି ର ପ୍ରତ୍ୟକ ଗଳି ରେ ସହ ସହ ପୋଲିସ ମୁତୟନ ହୋଇଥିଲେ | ସକାଳ ୮ଟାରୁ ଜୋର ଜବରଦସ୍ତି ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ , ବଳିଆପଣ୍ଡା ବସ୍ତି ଯୁବନେତା ମନୋଜ ମଣ୍ଡଳ, ଛାତ୍ର କଂଗ୍ରେସ ଜ଼ିଲ୍ଲା ପୂର୍ବତନ ସଭାପତି ଆଶୁତୋଷ ମିଶ୍ର, ବସ୍ତି ଛାତ୍ର କଂଗ୍ରେସ ନେତା ଅନିଲ ବେଜ ଙ୍କୁ ପୋଲିସ ଉଠାଇ ନେଇଥିଲା | ବଳିଆପଣ୍ଡା ଥାନାରେ ବସାଇଥିବା ବେଳେ ପୁରା ବସ୍ତି ରେ ସହ ସହ ପୋଲିସ ମୁତୟନ କରିଥିଲେ ହେଲେ ବସ୍ତି ବାସିନ୍ଦା ଏକାଠି ହେବାକୁ ଚେଷ୍ଟା କରିଥିବାରୁ ପ୍ରଶାସନ ଆଲୋଚନା କ୍ଷେତ୍ର କୁ ଆସିବାକୁ ଖବର ଦେଇଥିଲା | ଏହାପରେ ବଳିଆପଣ୍ଡା ଥାନା ରୁ ସିଧା ସରର୍କିଟ ହାଉସ ଅଭିମୁଖେ ଥାନା ରୁ ୪ଯୁବନେତା ଙ୍କୁ ଅଣାଯାଇଥିଲା | ପରେ ନିଜେ ମନ୍ତ୍ରୀ ପ୍ରତାପ ଜେନା ବସ୍ତି ବାସିନ୍ଦା ଙ୍କ ସହ ଆଲୋଚନା କରିବାକୁ କହିବା ହେତୁ ପୋଲିସ ବସ୍ତିର କିଛି ମୁଖ୍ୟ ଲୋକଙ୍କୁ ଡାକିବାକୁ ଅନୁରୋଧ କରିଥିଲେ | ବସ୍ତିର ସମସ୍ତ ସାହିର ମୁରବି ସହ ବସ୍ତି ମହିଳା ସଂଘ ର ମୁଖ୍ୟ ପ୍ରାୟ ୧୦ଜଣ ଏକାଠି ହୋଇଥିଲୁ ସରର୍କିଟ ହାଉସ ଠାରେ ପରେ ମନ୍ତ୍ରୀ ପହଞ୍ଚି ଆଲୋଚନା କଲେ ହେଲେ ସେଇ ଆଲୋଚନା ରେ ମନ୍ତ୍ରୀ କିଛି ପ୍ରତିଶୃତି ନ-ଦେଇପାରିଥିଲେ ବି ଏହା ପ୍ରତି ଦୃଷ୍ଟି ଦେବେ ବୋଲି ଜଣାଇଥିଲେ | ଜ଼ିଲ୍ଲାପାଳ ମହୋଦୟ ଆସନ୍ତା ବୁଧବାର ଦିନ ୫ଟା ସମୟରେ ବସ୍ତି ବାସିନ୍ଦା ଙ୍କ ସହ ଆଲୋଚନା ପାଇଁ ସମୟ ଦେଇଛନ୍ତି | ଏଠି କଥା ହେଲା ପ୍ରଶାସନ ଓ ମନ୍ତ୍ରୀ “ଜଳ ମିଶନ” ଭଣ୍ଡୁର ନହେଇଯାଉ ଏଥି ନିମନ୍ତେ ମୁଣ୍ଡ ନୁଆଇଁ ଡରିବା ସହ ଆଲୋଚନା ରେ ବସିଲା | ଯଦି ବସ୍ତି ବାସିନ୍ଦା ଙ୍କ ହକ ପ୍ରଦାନ ନକରାଯିବା ତେବେ ଆଗାମୀ ଦିନରେ ଏହା ଉଗ୍ର ରୂପ ନେବା ବୋଲି ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା | ବାସନ୍ତୀ ମୁଦି, ନବ କିଶୋର ପ୍ରଧାନ, ରାମଚନ୍ଦ୍ର ବେହେରା, ଉଲ୍ଲାସ ବାରିକ, ଦୁର୍ଗା ପ୍ରସାଦ ଦାଶ,କୃଷ୍ଣଚନ୍ଦ୍ର ପରିଡା, ଅନିଲ ବେଜ ସମସ୍ତେ ସାମିଲ ଥିଲେ |