ବେଲଗୁଣ୍ଠା,26/07, ବିଶିଷ୍ଟ ଶିକ୍ଷାବିତ୍ ତଥା କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସ୍ଵର୍ଗତ ଅମୂଲ୍ୟ ଦାସଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଗୋବରା ବିଶ୍ୱଭାରତୀ ଅନୁଷ୍ଠାନ ପରିସରରେ ଏକ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଆସିକା ସଂସଦ ପ୍ରମିଳା ବିଷୋୟୀ ଏବଂ ସମ୍ମାନୀତ ଅତିଥି ଭାବେ ଜୀବନବିନ୍ଦୁ ରାଜ୍ୟ ସଂଯୋଜକ ସୁବାଷ ମହାରଣା, ଜିଲ୍ଳା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମଣ ଚୌଧୂରୀ,ଜିଲ୍ଲା ଡ଼ିଜିଟାଲ ସମ୍ପାଦକ ଗଣେଶ କୁମାର ସାହୁ ବ୍ଳକ୍ ବିଜେଡ଼ି ସଭାପତି ପ୍ରଶାନ୍ତ ନାୟକ, ରାଜ୍ୟ ସମ୍ପାଦକ ଟି.ଗୋପୀ, ଜିଲ୍ଳା ସାଧାରଣ ସମ୍ପାଦକ ଯୋଗେନ୍ଦ୍ର ସ୍ୱାଇଁ, କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ବେହେରା,ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାସ ଚନ୍ଦ୍ର ରଣା, ଜଗନ୍ନାଥ ସାବତ,ସରପଞ୍ଚ ରାଜେନ୍ଦ୍ର ଗୌଡ଼,ପ୍ରମୋଦ ପ୍ରଧାନ, ଶୂଳପାଣି ଶତପଥୀ,ମାମା ପରିଡ଼ା,ଗଞ୍ଜାମ ଜିଲ୍ଲା ହ୍ୟୁମାନ୍ ରାଇଟ ଅଧ୍ୟକ୍ଷ ରାମକୃଷ୍ଣ ପଟ୍ଟନାୟକ,ବ୍ଳକ୍ ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ,ପୂର୍ବତନ ଉପନଗରପାଳ ପ୍ରଶାନ୍ତ ସାହୁ, ସରପଞ୍ଚ ପ୍ରତିନିଧି ତ୍ରିନାଥ ଗୋଛାୟତ,ପୂର୍ବତନ ସୀମାଞ୍ଚଳ ବିଷୋୟୀ, ଜୟରାମ ନାୟକ,ସମିତି ସଭ୍ୟ ପ୍ରତିନିଧି ରଙ୍କନିଧି ପରିଛା ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ବେଲଗୁଣ୍ଠା ଯୁବ ବିଜେଡ଼ି ଡ଼ିଜିଟାଲ ସମ୍ପାଦକ ବିଭୁପାଦ ଜେନା,ଜିଲ୍ଳା ପରିଷଦ ସଭ୍ୟ ଅମିତ୍ କୁମାର ନାୟକ ଏବଂ ବିଜେଡ଼ି ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରମୁଖ ଅତିଥି ମାନଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ବହୁ ମହିଳାଙ୍କ ସମେତ 168 ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ ହୋଇଥିଲା I ସର୍ବାଧିକ ରକ୍ତଦାତା ଯୋଗାଇଥିବା ବଡ଼ ବୋର୍ସିଂ ପଂଚାୟତକୁ 5001 ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା I ଏହି ଅବସରରେ 60 ଥର ରକ୍ତଦାନ କରିବା ସହ ଶତାଧିକ ରକ୍ତଦାନ ଶିବିର ଆୟୋଜନ କରିଥିବା ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କୁ ଆସିକା ସାଂସଦଙ୍କ ଦ୍ଵାରା ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା I ବିଶ୍ୱ ଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକଙ୍କ ସଂଯୋଜନାରେ ସ୍ଵେଚ୍ଛାସେବୀ ସ୍ଵସ୍ତି ସୁନ୍ଦର ସିୟ,ଏବଂ ଅନୁଷ୍ଠାନର କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ସମସ୍ତ କାର୍ଯ୍ୟକ୍ରମ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା I ପ୍ରକାଶ ଥାଉକି ଆଜି ବିଧାୟକ ଶ୍ରୀ ସ୍ୱାଇଁଙ୍କର ବାପା ସ୍ୱର୍ଗତ ମହାଦେବ ସ୍ୱାଇଁଙ୍କର ମଧ୍ଯ ଶ୍ରାଦ୍ଧବାର୍ଷିକୀ ଥିବାରୁ ବ୍ଳକ୍ ବିଜେଡ଼ି ତରଫରୁ ଶ୍ରଦ୍ଧାଞ୍ଜଜଳି ଜ୍ଞାପନ କରାଯାଇଥିଲା I
ରିପୋର୍ଟ-ଶିବରାମ ଚୌଧୁରୀ