
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶ୍ରୀମନ୍ଦିର ପ୍ରଶାସନ ତରଫରୁ କରାଯାଇଥିବା ଅବହେଳା କୁ ଶ୍ରୀଜଗନ୍ନାଥ ସେନା ତରଫରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ନିନ୍ଦା କରିଛନ୍ତି |ସୂଚନା ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ରଥ ଚକକୁ ସରଂକ୍ଷଣ ରଖା ଯାଇ ବିକ୍ରି କରାଯିବ |ହେଲେ ପ୍ରଶାସନ ତରଫରୁ ବିକ୍ରି ପରିବର୍ତ୍ତେ ଶହ ଶହ ରଥ ଚକକୁ କାର୍ଯ୍ୟ ରେ ନ ଲଗାଇ ନଷ୍ଟ କରାଯାଉଛି । କୋଟିଏ ଟଙ୍କା ର ଝାଉଁ କାଠ କିଣି କୋଠଭୋଗ ଭୋଗ ରନ୍ଧାଯାଉଛି କିନ୍ତୁ ଶହ ଶହ କ୍ୱିଣ୍ଟାଲ୍ ରଥ ଚକ କାଠ ମହାପ୍ରଭୁଙ୍କର କୋଠ ଭୋଗ ରନ୍ଧନ ରେ ନଲାଗି ଖରା ବର୍ଷା ରେ ଖତ ହଉଛି। ଏଥିପାଇଁ ଦାୟୀ କିଏ?
ବୋଲି ଶ୍ରୀଜଗନ୍ନାଥ ସେନା ତରଫରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି |ଏଥି ସହିତ ସେ ପ୍ରଶ୍ନ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦାନହୁଣ୍ଡୀ ଅର୍ଥକୁ ଲୁଟ କରାଯାଉଛି |