ମୁମ୍ବାଇରେ ଗତ ୨୪ ଘଂଟାରେ ୩୬୨ କରୋନାର ନୂଆ ମାମଲା
ମୁମ୍ବାଇ , ମୁମ୍ବାଇରେ ଗତ ୨୪ ଘଂଟାରେ ୩୬୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ଏହା ସହିତ ଏଠାରେ ମୋଟ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବଢି ୫,୬୧୦ହୋଇଛି ।
ମଣିପୁରରେ ୧,୨୦୭ କରୋନାର ନୂଆ ମାମଲା
ଇମ୍ଫାଲ,ମଣିପୁରରେ ଗତ ୨୪ ଘଂଟାରେ ୧,୨୦୭ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ୧୦,୫୮୧ ସକ୍ରିୟ ମାମଲା ରହିଛି ।
ତାମିଲନାଡୁରେ ଗତ ୨୪ ଘଂଟାରେ ୧,୮୦୮ କରୋନାର ନୂଆ ମାମଲା
ଚେନ୍ନାଇ , ତାମିଲନାଡୁରେ ଗତ ୨୪ ଘଂଟାରେ ୧,୮୦୮ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୩,୩୬୪ ହୋଇଛି ।