ଏହା ପୂର୍ବରୁ ସ୍କୁଲ ଗୁଡିକରେ ସାନିଟାଇଜେସନ୍ କରାଯାଇଥିଲା ଏହା ସହ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସସି/ଏସଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିଛି । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଥଲା । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା, ହଷ୍ଟେଲ ପରିସରରେ ଗହଳି ଏଡାଇବାକୁ କୁହାଯାଇଥିଲା ।
ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଛି ସେଠାରେ ପରୀକ୍ଷା ପରେ ଖୋଲାଯିବ । ତେବେ ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ରହିଛି । ଏଥିସହ ସମସ୍ତ ଶ୍ରେଣୀର ଅନଲାଇନ୍ କ୍ଲାସ୍ ଜାରି ରହିବ । ପିଲାମାନେ ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲ ଆସି ପାରିବେ ।