
ବେଲଗୁଣ୍ଠା-ବେଲଗୁଣ୍ଠା-ଭଞ୍ଜନଗର ମୁଖ୍ୟରାସ୍ତା ତଥା ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ୫୦-୧୦୦ମିଟର ଦୂରରେ ବହୁ ପୁରୁଣା ଏକ ଲୁହା ବିଦ୍ୟୁତ୍ ଖୁଣ୍ଟ ରହିଥିଲା । ଖୁଣ୍ଟଟିର ତଳପଟେ କଳଙ୍କି ଲାଗି ଖୁଣ୍ଟଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ବିପଦଶଙ୍କୁଳ ଅବସ୍ଥାରେ ଥିଲା ।ଏ ନେଇ ଗତ କିଛି ଦିନ ତଳେ ବିଭାଗୀୟ ଦୃଷ୍ଟି ଆକର୍ଷଣ କରିବା ପାଇଁ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ର ସଦସ୍ୟ ମାନଙ୍କ ଦ୍ଵାରା ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶିତ ହୋଇଥିଲା ଏବଂ କିଛି ଗଣମାଧ୍ୟମ ପ୍ରତିନିଧି ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀଙ୍କୁ ବାର୍ତ୍ତା ଦେଇଥିଲେ ।ବିଳମ୍ବରେ ହେଲେ ମଧ୍ୟ ବିଦ୍ୟୁତ୍ ବିଭାଗ ତରଫରୁ ଆଜି ଉକ୍ତ ପୁରୁଣା ବିପଦଶଙ୍କୁଳ ବିଦ୍ୟୁତ୍ ଖୁଣ୍ଟଟିକୁ ପରିବର୍ତ୍ତନ କରାଯାଇଛି ।ଏ ନେଇ ଅଞ୍ଚଳ ବାସିନ୍ଦା ବିଦ୍ୟୁତ୍ ବିଭାଗକୁ କୃତଜ୍ଞତା ଜଣାଇବା ସହିତ ବେଲଗୁଣ୍ଠା ପ୍ରେସ୍ କ୍ଳବକୁ ସାଧୁବାଦ ଜଣାଇଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ