ପୁରୀ ସହରର ଅଗ୍ରଣୀ ବୌଦ୍ଧିକ ଅନୁଷ୍ଠାନ” ବୋଧଚକ୍ର “ର ବ୍ୟାସ ପୂର୍ଣ୍ଣିମା ଅବସରରେ ଏକ ମନୋଜ୍ଞ ଅଧିବେଶନ ସଭାପତି ଇଂ ଗିରିଜା ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ସମ୍ପନ୍ନ ହୋଇଯାଇଛି |ପ୍ରାରମ୍ଭରେ ସମୂହ ଧ୍ୟାନ, ବୁଦ୍ଧ ବନ୍ଦନା ଓ ତ୍ରିଶରଣ ଆବୃତ୍ତି ପରେ ସମ୍ପାଦକ ରମାବଲ୍ଲଭ ମହାପାତ୍ର ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ |ଏହି ଅବସରରେ ସଭାପତି ଶ୍ରୀ ଗିରିଜା ଶଙ୍କର ପାଢ଼ୀ ଧର୍ମ ଚକ୍ର ପ୍ରବର୍ତ୍ତନର ତାତ୍ପଯ୍ୟ ପ୍ରସଙ୍ଗରେ କହିଲେ |ଯେତେବେଳେ ସନାତନ ଧର୍ମ କୁଶଂସ୍କାର, ଅର୍ଥ ହୀନ ଯାଗଯଜ୍ଞ ଓ ପଶୁ ଘାତ କବଳିତ ହୋଇ ଲୁପ୍ତ ହୋଇ ବସିଥିବା ବେଳେ ତଥାଗତ ବୁଦ୍ଧ ଧର୍ମଚକ୍ର ପ୍ରବର୍ତ୍ତନ କରି ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗ ମାଧ୍ୟମରେ ସମାଜରେ ମୈତ୍ରୀ ପୂର୍ଣ୍ଣ ଜୀଵନ ଚର୍ଯ୍ୟା ଓ ଶାନ୍ତି ପ୍ରତିଷ୍ଠା କରିପାରିଥିଲେ |ଅଧ୍ୟାପକ ଦେବରାଜ ପ୍ରଧାନ, ଧର୍ମପଦ’ରୁ ସହଶ୍ର ବର୍ଷର ଗାଥା ପାଠକରି ଶୀଳପୂର୍ଣ୍ଣ ନୈତିକ ଜୀଵନ ଯାପନ ପାଇଁ ବୌଦ୍ଧ ଦର୍ଶନର ଅପରିହାର୍ଯ୍ୟତା ବର୍ଣ୍ଣନା କରିଥିଲେ |
ଡ଼ ସୁରେନ୍ଦ୍ର ନାଥ ପତି ଆଲୋଚନାରେ ଅଂଶ ଗ୍ରହଣ କରି କହିଥିଲେ ଯେ ସିଦ୍ଧାର୍ଥ ଗୌତମ ପ୍ରଥମେ ସଧର୍ମ ପ୍ରଚାର କଲାବେଳେ ମାତ୍ର ୫ ଜଣ ଭିକ୍ଷୁ ତାଙ୍କୁ ଅବତାର ପୁରୁଷ ବୋଲି ସ୍ୱୀକାର କରିଥିଲେ ହେଁ ବୁଦ୍ଧଙ୍କ ଜୀବିତ ଅବସ୍ଥାରେ ସମଗ୍ର ଭାରତବର୍ଷ ତାଙ୍କର ବାଣୀ ଓ ଆଦର୍ଶ ଦ୍ୱାରା ପ୍ରଭାବିତ ହୋଇଥିଲା |ଅଧ୍ୟାପିକା ବାସନ୍ତୀ ମିଶ୍ର କହିଥିଲେ ଯେ ବୌଦ୍ଧ ଧର୍ମ ଜାତି ଭେଦକୁ ମାନେନାହିଁ ଓ ସମାଜରେ ନାରୀମାନଙ୍କୁ ଯଥାର୍ଥ ମର୍ଯ୍ୟାଦା ପ୍ରଦାନ କରିଥିବାରୁ ଏହାର ଆଦୃତି ଅଧିକ ଅନ୍ୟମାନଙ୍କ ମଧ୍ୟରେ ଉପାଶକ ଉମେଶ ଚନ୍ଦ୍ର ସାହୁ, ବାସୁଦେବ ସାହୁ, ବିଶ୍ୱନାଥ ମିଶ୍ର, ଦିବାକର ଦଳାଇ, ଅଶୋକ କୁମାର ଆଢ଼ିୟ, ଦୟାନିଧି ପଣ୍ଡା, ଡ଼ ବଳରାମ ଦାଶ, ହେକ୍ଟର ମିଶ୍ର, ରବିନାରାୟଣ ସାହୁ, ଦେବଦତ୍ତ ଷଡ଼ଙ୍ଗୀ, ଶ୍ରୀମତୀ ଉଲ୍ଲାସ ବାଳା ଦାସ, ସମାଜସେବୀ ପୁଷ୍ପା ପାତ୍ର, ରଞ୍ଜିତା ମହାପାତ୍ର, ଦୀପ୍ତି ମିଶ୍ର, ପ୍ରାନ୍ତଶିନି ଜେନା ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ |
ପରିଶେଷରେ ଶିଶୁ ସମାଚାର ସମ୍ପାଦକ ସୁକାନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |