
ଭୁବନେଶ୍ୱର, ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷାକ୍ ମୁଣ୍ଡାଙ୍କୁ ପ୍ରଶଂସା କରିଛନ୍ତି ।ଉଲ୍ଲେଖନୀୟ ଯେ ୟୁଟ୍ୟୁବରେ ବିଶେଷ କରି ଓଡ଼ିଶାର ପଖାଳ ନେଇ ଇସାକ୍ ଭିଡିଓ କରିଥିଲେ । ଯାହା ଅନ୍ୟ ସମସ୍ତ ପ୍ରକାର ଖାଦ୍ୟ ବ୍ୟଞ୍ଜନ ଠାରୁ ଅଲଗା ଅନୁଭବ ହୋଇଥିଲା । ଆଜି ଇଷାକ ମୁଣ୍ଡା ନିଜ ଉଦ୍ୟମରେ ଜଣେ ଲୋକପ୍ରିୟ ୟୁଟ୍ୟୁବର ହୋଇପାରିଛନ୍ତି । ସଂସ୍କୃତି ଓ ପର୍ଯ୍ୟଟନକୁ ଏକାଠି କରି ଆମ ସମସ୍ତଙ୍କୁ ପ୍ରେରଣା ଆଣି ଦେଇଛନ୍ତି ବୋଲି ମୋଦି କହିଛନ୍ତି ।