ଭଦ୍ରକ – ଆଜି ଭଦ୍ରକ ପୌରାଳରେ ଥିବା ବିଭିନ୍ନ ମହିଳା ସଂଘ ପକ୍ଷରୁ ଜିଲାପାଳ ଜ୍ଞାନ ଦାସଙ୍କୁ ରାନୀ ପଣ୍ଡାଙ୍କ ନଗ୍ନ ନୃତ୍ୟକୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଭଦ୍ରକ ଐତିହାସିକ କାଳୀପୂଜାରେ ଯାତ୍ରା କଳାକାର ରାନୀ ପଣ୍ଡାଙ୍କୁ ମଂଚରେ ନଗ୍ନ ନୃତ୍ୟ ପରିବେଷଣ କରିବାକୁ ଅନୁମତି ଦିଆନଯିବାକୁ ଅନୁରୋଧ କରିଛନ୍ତି ମହିଳା ସଂଘ। ନହେଲେ ଐତିହାସିକ କାଳୀପୂଜାରେ କଳଙ୍କ ଲାଗିବ। ଯାହାକି ନାରୀ ସମାଜ ପାଇଁ ଏକ ଲଜ୍ଜାଜନକ ଘଟଣା ହେବ। ଯଦି ରାନୀ ପଣ୍ଡାଙ୍କୁ ନଗ୍ନ ନୃତ୍ୟ କରିବାର ସୁେଯାଗ ଦିଆଯାଏ, ତାହେଲେ ନାରୀ ସୁରକ୍ଷା ମଂଚ, ଅଦ୍ର୍ଧନାରୀ କିନ୍ନର ସଂଘ ଓ ମାତୃଶକ୍ତି ସ୍ବୟଂ ସହାୟକ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
Related Stories
November 24, 2024
November 24, 2024