-
ରଥଯାତ୍ରାରେ ସମ୍ପୃକ୍ତି ନଥିବା ବ୍ୟକ୍ତିଙ୍କୁ କାହା ସ୍ୱାର୍ଥରେ ପାସ ପ୍ରଦାନ କରାଯାଇଥିଲା ?- ଶ୍ରୀଜଗନ୍ନାଥ ସେନା,
ପୁରୀ ଶ୍ରୀଜଗନ୍ନାଥ ସେନା ତରଫରୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ ସୁପ୍ରିମ କୋର୍ଟ ନିୟମ ଅନୁସାରେ ଶ୍ରୀମନ୍ଦିରରେ କମିଶନର ରାଙ୍କର ଅଫିସର ସ୍ଥାୟୀ ପ୍ରଶାସକ ନିଯୁକ୍ତି ହେବା ଦରକାର ହେଲେ ରାଜ୍ୟ ସରକାର ଆଜିପଯ୍ୟନ୍ତ ତାହା କରିନାହାନ୍ତି |ହେଲେ ଯେଉଁ ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ଦେଇଛନ୍ତି ତାଙ୍କୁ ଅନ୍ୟ ଚାରୋଟି ବିଭାଗର ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି |ଏଭଳି ପରିସ୍ଥିତିରୁ ଜଣାପଡୁଛି ରାଜ୍ୟ ସରକାରଙ୍କ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରେମ ଓ ଭାବନା |ସେ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଖଣି ମାଫିଆ, ସଙ୍ଗୀତ କାର, କଣ୍ଟ୍ରାକ୍ଟର ଭଳି ଲୋକଙ୍କୁ କାହା ସ୍ୱାର୍ଥରେ ରଥଯାତ୍ରା ସମୟରେ ପାସ ପ୍ରଦାନ କରାଯାଇଥିଲା |ରଥଯାତ୍ରା ରେ ବିଶୃଙ୍ଖଳା ଓ ସୁନାବେଶରେ ଜଗନ୍ନାଥ ମହାପ୍ରଭୁଙ୍କୁ ଭଂଗା କିରିଟି ପିନ୍ଧାଇ ସମଗ୍ର ଜାତି ଓ ରାଜ୍ୟକୁ ବଦନାମ କରିଥିବା ମୁଖ୍ୟ ପ୍ରଶାସକଙ୍କ ବହିସ୍କାର ଦାବି କରିଛି ଶ୍ରୀଜଗନ୍ନାଥ ସେନା ।
ସେ ସ୍ଲୋଗାନ ଦେଇଛନ୍ତି ଯେ
“ସେବକ ଖଟିଲେ ପୋଲିସ ଖଟିଲେ ଭକତ ପାଇଲେ ସଜା” “ଭକତ ଟଂକାରେ ଚୋର ମାଫିଆ ଙ୍କୁ ବାଣ୍ଟିଣ ଗେଞ୍ଜି ଓ ଖଜା” ହେ ମୁଖ୍ୟ ପ୍ରଶାସକ ତେମେ ହିଁ ନଉଛ ମଜା ହାଁ ତେମେ ହିଁ ନଉଛ ମଜା । ସଜିଲେ ଗୁରୁ ମଜିଲେ ରଜା ଖାଲି ଭକତ ପାଇଲା ସଜା ହାଁ ଖାଲି ଭକତ ପାଇଲା ସଜା । ହେଲେ ରଥ ଯାତରାରେ ବିଚରା କାଳିଆ ନନାର ସୁନାବେଷରେ ତା କିରିଟୁ ହଜିଲା ଗଜା କିନ୍ତୁ କରୋନା ନାଁରେ ଭକୁଆ ବନିଲେ ରାଇଜ ଯାକର ସାଢେ ଚାରିକୋଟି ପ୍ରଜା ହାଁ ସାଢେ ଚାରି କୋଟି ପ୍ରଜା।