ଗୋବଦ୍ଧନ ମଠରେ ପୁରୀପୀଠାଧୀଶ୍ୱର ଶ୍ରୀମଦ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ସାନ୍ନିଧ୍ୟରେ ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳନ କରାଯାଇଅଛି । ପ୍ରାତଃ ୮ ଘଟିକା ସମୟରେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ନିଜ ସଚିବ ସ୍ୱାମୀ ନିର୍ବିକଳ୍ପ|ନନ୍ଦ ସରସ୍ବତୀଜୀ ଅଦ୍ଧନାରୀଶ୍ୱର ଭଗବାନ୍ଙ୍କ ଅଭିଷେକ ପରେ ଭଗବାନ୍ ନାରାଣଙ୍କ ପାଦୁକା ପୂଜନ ଓ ପାରମ୍ପରିକ ଗୁରୁପୂଜନ ପୀଠପୁରୋହିତ ବିଶ୍ବମ୍ଭର ଦାଶ, ଆଦିତ୍ୟ ମିଶ୍ର, ଗୋବିନ୍ଦ ମିଶ୍ର, ଭଗବାନ ମହାପାତ୍ର, ଦିବାକର ମହାପାତ୍ର କରିଥିଲେ । ତତ୍ପଶ୍ଚାତ୍ ଦିନ ୧୦ ଘଟିକାରେ ପୀଠର ଅନ୍ତେବାସୀ ଭକ୍ତବୃନ୍ଦ ପୂଜା ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଭଗବାନଙ୍କ ଦର୍ଶନ ଓ ପାଦୁକା ପୂଜାର୍ଚ୍ଚନା କରାଯାଇଥିଲା । ପବିତ୍ର ଗୁରୁପୂର୍ଣ୍ଣିମା ମହୋତ୍ସବରେ ପ୍ରତ୍ୟେକ ବର୍ଷ ଦେଶ-ବିଦେଶରୁ ୫୦୦୦ ଭକ୍ତଙ୍କ ସମାଗମ ହୋଇ ଆସୁଥିଲା । କିନ୍ତୁ ଚଳିତ କରୋନା ମହାମାରୀର ପ୍ରକୋପରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ସଂଚାଳିତ ମର୍ଯ୍ୟାଦାକୁ ସମ୍ମାନ ପୂର୍ବକ ପ୍ରତ୍ୟେକ ବ୍ୟକ୍ତି ପାଳନ କରି ବ୍ୟକ୍ତିମାତ୍ରକେ କଲ୍ୟାଣର ଆଶୀର୍ବାଦରେ ସମସ୍ତ ଭକ୍ତବୃନ୍ଦଙ୍କୁ ନିଜ ନିଜ ସ୍ଥାନରେ ସାଙ୍କେତିକ ପୂଜା କରିବା ପାଇଁ ଅନୁରୋଧ କରାଯାଇଥିଲା ।
ଏହି ନିରାଡମ୍ବର ପରିବେଶରେ ସାମାଜିକ ଦୂରତା ସହ ମାସ୍କ ପରିଧାନ କରି ମଠର ଅନ୍ତେବାସୀ ଓ ବୈଦିକ କର୍ମକାଣ୍ଡୀଙ୍କ ଦ୍ବାରା ଏହି ଗୁରୁପୂଷ୍ଠିମା ମହୋତ୍ସବ ପାଳନ କରାଯାଇଅଛି । ପୃଥକ୍ ଭାବେ ଅପରାହ୍ନ ୪.୩୦ ମିନିଟରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ପୀଠପରିଷଦ ଅନ୍ତର୍ଗତ ଆଦିତ୍ୟବାହିନୀ, ଆନନ୍ଦବାହିନୀ, ହିନ୍ଦୁରାଷ୍ଟ୍ରସଂଘ, ସନାତନ ସନ୍ଥ ସମିତି ଓ ରାମରାଜ୍ୟ ପରିଷଦର କର୍ମକର୍ତାମାନଙ୍କୁ ପୂଜ୍ୟ ଗୁରୁଦେବ ଦର୍ଶନ ଓ ଆଶୀର୍ବାଦ ପ୍ରଦାନ କରିଥିଲେ । ଅପରାହ୍ନରେ ବରେଣ୍ୟ ଗଜପତି ପୁରୀ ନରେଶ ପୂଜ୍ୟ ଗୁରୁଦେବଙ୍କ ଦର୍ଶନ
ପୂଜନ କରି ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଏହି ଉତ୍ସବ ଉପଯୌକ୍ତ ଆସନ୍ତା ଆଷାଢ଼ କୃଷ୍ଣପକ୍ଷ ତୃତୀୟା ତିଥି (ଜୁଲାଇ ୨୭ ତାରିଖ ଠାରୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ) ଭାଦ୍ରପକ୍ଷ ଶୁକ୍ଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଚତୁର୍ମାସ୍ୟା ବ୍ରତ ପାଳନ କରିବେ । ଏହି ବ୍ରତ ପାଳନ ସମୟରେ ଦଣ୍ଡୀସ୍ବାମୀ, ସନ୍ନ୍ୟାସୀ, ବ୍ରହ୍ମଚାରୀ, ଭକ୍ତ ଏବଂ ବିଦ୍ୱାନ୍ମାନଙ୍କୁ ପୂଜ୍ୟ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଭଗବାନ୍ ବ୍ରହ୍ମସୂତ୍ର, ଉପନିଷଦ, ଭାଗବତ କଥା ଆଦି ପଢ଼ାଇବେ । ପ୍ରତ୍ୟହ ଅପରାହ୍ନ ୪ଟାରେ ଭାରତୀକୃଷ୍ଣତୀର୍ଥ ସତସଙ୍ଗ ଭବନରେ ପ୍ରବଚନ କାର୍ଯ୍ୟକ୍ରମ ହେବ ।ଏହି ଗୁରୁପୂର୍ଣ୍ଣିମା ମହୋତ୍ସବକୁ ହୃଷିକେଶ ବ୍ରହ୍ମଚାରୀ, ପ୍ରଫୁଲ୍ଲ ବ୍ରହ୍ମଚାରୀ, ଗୋବିନ୍ଦ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ,ଗଣେଶ୍ବର ମହାସୁଆର, ସୂୟସ ପ୍ରଶାନ୍ତ, ଆଦିତ୍ୟ ସିଂହ, ଅମୀୟ ମହାପାତ୍ର, ଦେବାଶିଷ ମିଶ୍ର, ସୁଧାଂଶୁ ଶେଖର ମହାନ୍ତି, ଜଗଦୀଶ ଆଚାର୍ଯ୍ୟ, ଅଜୟ ଗୋଛିକାର, ମାଗୁଣି ସାହୁ ପ୍ରମୁଖ ପରିଚାଳନା କରିଥିଲେ ।