ଶନିବାର ୧୦ ଟା ପବିତ୍ର ଆଶାଢ଼ ପୂର୍ଣ୍ଣିମା ତିଥିରେ ସନାତନ ବୈଦିକ ପରମ୍ପରା ଅନୁସାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ କରାଯାଏ |ଧର୍ମ, ସଂସ୍କୃତି ଓ ପରମ୍ପରାର ଜାଗ୍ରତ ପ୍ରହରୀ “ଉତ୍କଳ ବିଦ୍ବତ ପରିଷଦ” ତରଫରୁ ପୁରୀ କେନ୍ଦ୍ରୀୟ କାର୍ଯ୍ୟାଳୟ ପରିସରରେ ଆଜି ଯଜ୍ଞାନୁଷ୍ଠାନ ପୂର୍ବକ ମନୁଷ୍ୟ ଜୀବନର ବିଭିନ୍ନ ସୋପାନରେ ଜ୍ଞାନ ଲାଭ କରିଥିବା ଗୁରୁଙ୍କ ଉଦେଶ୍ୟରେ ପୂଜା ଅର୍ଚ୍ଚନା କରାଯାଇଥିଲା |ତତ୍ପରେ ପରିଷଦର ଅଧ୍ୟକ୍ଷ ମନୋଜ ରଥ ଓ ଅନ୍ୟ ପଦାଧିକାରୀ ମାନେ ଏକ ସାଧୁସେବା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ |
୧୧ ଜଣ ବୈଷ୍ଣବ ସନ୍ଥ ମହାତ୍ମାଙ୍କୁ ଫୁଲ ଚନ୍ଦନ ଲଗାଇ ପୂଜନ କରାଯାଇ ଫଳ ପ୍ରସାଦ ଅର୍ପଣ କରାଯାଇଥିଲା |ମହାତ୍ମା ମାନେ ଅତି ସୁନ୍ଦର ଭାବେ ଶ୍ରୀହନୁମାନ ଚାଳିଶା ପାଠ କରିଥିଲେ |ପରିଶେଷରେ ମହାତ୍ମାମାନଙ୍କୁ ରାସନ ସାମଗ୍ରୀ ଓ ଦକ୍ଷିଣା ପ୍ରଦାନ କରି ପରିଷଦର ସମସ୍ତ କର୍ମକର୍ତ୍ତା ଜଗତ କଲ୍ୟାଣ ଉଦେଶ୍ୟରେ ଆଶୀର୍ବାଦ ଭିକ୍ଷା କରିଥିଲେ |ଏହି କାର୍ଯ୍ୟକ୍ରମକୁ ପଣ୍ଡିତ କମଳାକାନ୍ତ ଆଚାର୍ଯ୍ୟ, ବିଜୟ କୃଷ୍ଣ ବ୍ରହ୍ମା, ଆଚାର୍ଯ୍ୟ ଦୟାନିଧି ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ |