-
ପ୍ରତିବାଦରେ ରାସ୍ତାରୋକ
ପାରଳାଖେମୁଣ୍ଡି, ଗଜପତି ଜିଲ୍ଲା ଆର୍. ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତରଙ୍କ ଅନୁପସ୍ଥିତି ତଥା ଉପଯୁକ୍ତ ଚିକିତ୍ସା ଅଭାବରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ଓ ପରିବାର ଲୋକେ । ଘଟଣାର ପ୍ରତିବାଦରେ ସେମାନେ ମେଡ଼ିକାଲ ସମ୍ମୁଖରେ ଆର୍. ଉଦୟଗିରି – ପାରଳାଖେମୁଣ୍ଡି ରାସ୍ତାକୁ ଅବରୋଧ କରିଛନ୍ତି । ପୋଲିସ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଜାରୀ ରଖିଛି ।