
ଭଦ୍ରକ, ଭଦ୍ରକ ଗ୍ରାମାଚଂଳ ଥାନା ଅନ୍ତର୍ଗତ କାଉପୁର ଏଡାଦେଇପୁର ଗ୍ରାମରେ ଗତକାଲି ରାତିରେ ଘଟିଯାଇଛି ହତ୍ୟାକାଣ୍ଡ । ପତ୍ନୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଗ୍ରାମାଚଂଳ ଥାନା ଅଧିକାରୀ ଆଲୋକ ଜେନା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।