ବ୍ରହ୍ମପୁର : ଜଗପତି ଜିଲ୍ଲା ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ସୌମ୍ୟଙ୍କ ଏକ ହାତଲେଖା ଡାଏରୀ ସାମ୍ନାକୁ ଆସିଛି । ଏଥିରେ ସୌମ୍ୟ ପାରିବାରିକ ଅଶାନ୍ତି ନେଇ ଲେଖିଥିବା ସୂଚନା ମିଳିଛି । ସୌମ୍ୟଙ୍କ ପରିବାର ପକ୍ଷରୁ ନିୟୋଜିତ ହୋଇଥିବା ଓକିଲ ପାର୍ଥସାରଥୀ ନାୟକଙ୍କ ପକ୍ଷରୁ ମିଳିଥିବା ସୌମ୍ୟଙ୍କ ଏହି ହାତଲେଖା ଡାଏରୀରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ୨୦୨୧ ଫେବୃଆରୀ ୨୩ରେ ସୌମ୍ୟ ଡାଏରୀରେ ଲେଖିଥଲେ , ” ମୁଁ ତୁମ କାଲିଫିକେସନ ଚାହୁଁ ନାହିଁ । ଏ ସଂପର୍କରେ ମୁଁ କେବେ ବି କିଛି କହିବି ନାହିଁ । ମୁଁ କେବଳ ଚାହେଁ ତୁମେ ମୋର ସ୍ତ୍ରୀ ଓ ଭଲ ସାଙ୍ଗ ହୋଇ କି ରୁହ । ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି । ମୁଁ ତୁମର ଚାକର ହୋଇ ରହିବି , କିନ୍ତୁ ମୁଁ ତମ ପାଦ ତଳେ ଏକ ଛୋଟ ଜାଗା ଚାହୁଁଛି । ଏସବୁ ସ୍ୱତେ ଯଦି କିଛି ଘଟେ , ତା’ହେଲେ ଏଥିରେ ମୋର କୌଣସି ଭୂମିକା ନାହିଁ । ଏଥିପାଇଁ ମୁଁ କାହାକୁ କିଛି ବି କହିପାରିବି ନାହିଁ । ସେ ତାର ଇଚ୍ଛା ଅନୁସାରେ ଯାହା କରିବ କରୁ । ମୁଁ ଯଦି କିଛି କହି ହସ୍ତକ୍ଷେପ କରିବି , ତେବେ ସେ ମୋ ନାଁରେ ଘରୋଇ ହିଂସାର ଅଭିଯୋଗ ଆଣିପାରେ । ” ୨୦୨୧ ଫେବୃଆରୀ ୨୨ରେ ସୌମ୍ୟ ଡାଏରୀରେ ଆଉ ଏକ ଲେଖା ଲେଖିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ , ‘ ତୁମେ ଯାହା ଚାହୁଁଛ , ମୁଁ ସବୁ ବ୍ୟବସ୍ଥା କରିବି । ମୁଁ ନିଶ୍ଚିତ ଭାବେ ସେ ସବୁ ପୂରଣ ମଧ୍ୟ କରିବି । ‘ ସୌମ୍ୟଙ୍କ ପରିବାରର ଓକିଲଙ୍କ ଅନୁସାରେ ଏହା ହେଉଛି ସୌମ୍ୟଙ୍କ ହାତ ଲେଖା ଡାଏରୀ । ସୌମ୍ୟରଞ୍ଜନଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଗତକାଲି ରାତିରେ ଏହାର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧ୍ବ ସାଗର । ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ଡ୍ରାଇଭରଙ୍କୁ ଜେରା କରିଛନ୍ତି ଥାନା ଅଧିକାରୀ । ଜେରା ବେଳେ ଅନେକ ରହସ୍ୟର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ପାରଳାଖେମୁଣ୍ଡିରେ ପୋଲିସ ଟିମ୍ବର ତଦନ୍ତ ଜାରି ରହିଛି ।
କ୍ରାଇମବ୍ରାଞ୍ଚ ଓ ପାରଳାଖେମୁଣ୍ଡି ପୋଲିସର ମିଳିତ ଟିମ୍ ତଦନ୍ତ ଜାରି ରଖିଛନ୍ତି । ଆଜି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ସାଢେ଼ ତିନି ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଜେରା କରାଯାଇଛି । ତେବେ ଗତକାଲି ତଦନ୍ତକାରୀ ଟିମ୍ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ବାସଭବନକୁ ଯାଇଥିଲେ । କେମିତି ନିଆଁ ଲାଗିଥିଲା , ତାହା ତନାଘନା କରି ତଦନ୍ତ କରିଥିଲେ । ସେହି ତଦନ୍ତ ପରେ ଆଜି ପୋଲିସ ର ୪ଜାଣିଆ ଟିମଙ୍କ ସମେତ କ୍ରାଇମ ବ୍ରାଞ୍ଚ ଟିମ୍ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଦୁଇ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଜେରା କରି ବହୁ ତଥ୍ୟ ଆସଲ କରିବା ଜଣାପଡିଛି । ଡିଏଫ୍ଓ ନିଜ ବାସଭବନ ରୁ କଡ଼ା ସୁରକ୍ଷା ବଳରେ କାଯ୍ୟାଳୟରେ ପହଞ୍ଚିଥିଲେ । ବାସଭବନ ଠୁଁ ଡିଏଫ୍ଓଙ୍କ କାଯ୍ୟାଳୟ ମାତ୍ର ୧୦୦ ମିଟର । ବର୍ତ୍ତମାନ ସୁଦ୍ଧା ଦୁଇଘଣ୍ଟା ଉର୍ଦ୍ଧ୍ବ ସମୟ ଧରି ପୋଲିସ ର ୪ଜଣିଆ ଟିମଙ୍କ ସମେତ କ୍ରାଇମ ବ୍ରାଞ୍ଚ ଟିମ୍ ତନାଘନା କରି ଜେରା କରୁଛି । ଏ ସମୟରେ ବହୁ କିଛି ତଥ୍ୟ ମିଳିପାରିଥିବ ବୋଲି ଅନୁମାନ କରାଯାଇଉଛି । ତେବେ ଜେରା ପରେ ପୋଲିସ ର ୪ଜାଣିଆ ଟିମଙ୍କ ସମେତ କ୍ରାଇମ ବ୍ରାଞ୍ଚ ଟିମ୍ କଣ ସୂଚନା ଦେବ ଏବଂ ଗଣମାଧ୍ୟମ ଆଗରେ ଡିଏଫ୍ଓ ସଂଗ୍ରାମ କେଶରୀ କିଛି ସ୍ପଷ୍ଟୀକରଣ ଦେଇ ନଥିବା ବେଳେ ତଦନ୍ତ କାରି ଅଧିକାରୀ ବିବେକାନନ୍ଦ ସ୍ୱାଇ କହିଛନ୍ତି ଯେ
*ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସହ DFO ସଂଗ୍ରାମ କେଶରୀ ବେହେରାଙ୍କର କୌଣସି ସମ୍ପର୍କ ନଥିବା ଏବଂ ସୌମ୍ୟଙ୍କ ମୃତ୍ୟୁ ମାମଲାରେ DFO ସମ୍ପୃକ୍ତ ନଥିବା ସୂଚନା ଦେଇଛନ୍ତି।