କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
କୋଭିଡ କଟକଣା ପାଳନ କରି ଓଡ଼ିଶା ଲାବୋରେଟୋରି ଟେକନିସିଆନ ସଙ୍ଘ ର ଏକ ଭରଚୁଆଲ ମିଟିଂ ସଂମ୍ପାଦିତ ହୋଇଥିଲା । ଏଥିରେ ସଙ୍ଘ ର କର୍ମକର୍ତ୍ତା ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ ।ସରକାର ଦୀର୍ଘଦିନର ଦାବୀ ଗୁଡିକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା । କେନ୍ଦ୍ର ସରକାରୀ ଚିକିତ୍ସାଳୟ ମେଡିକାଲ କଲେଜ ଭଳି ପଦନାମ ସହିତ କ୍ୟାଡରି ରୁଲର ପରିବର୍ତ୍ତନ ପାଇଁ ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ ନ କରିବା ବହୁ ଦୁଃଖ ଦାୟକ ବୋଲି ମତ ପ୍ରକାଶ
କରାଯାଇଥିଲା । DMLT Council ରେ ପଞ୍ଜୀକୃତି ପାଇଁ ଯୋଗ୍ୟତା ନ ଥିବା ବ୍ୟକ୍ତି ବିଶେଷଙ୍କୁ ସରକାରୀ ଚିକିତ୍ସାଳୟ ରେ କାମ କରିବାକୁ ସୁଯୋଗଦେଇ ଚିକିତ୍ସା ର ଗୁଣାତ୍ମକ ମାନ ହ୍ରାସ ପାଉଛି।ନିକଟରେ ସରକାର କ୍ୟାଡର ରୁଲରେ ଆଂଶିକ ପରିବର୍ତନ କରି ଟେକ୍ଲିକାଲ ସୁପରଭାଇଜର ୬ଟି ପଦବୀ ରକ୍ତଭଣ୍ଡାର ରେ ସୃଷ୍ଟି କରିଛନ୍ତି। କିନ୍ତୁ ସିନିୟର୍ ମାନେ ଏଥିରେ ରହିଥିବା ସର୍ତ୍ତ ଯଥା – Blood component training ପାଇ ନାହାନ୍ତି ଯେଉଁଥିପାଇଁ ଜୁନିଅର ମାନେ ପ୍ରମୋଶନ ପାଇବାର ସୁଯୋଗ ଆଶଙ୍କା କରାଯାଉଛି । ତେଣୁ ସମସ୍ତ ସିନିୟର୍ ଟେକନିସିଆନ ମାନଙ୍କୁ ବାଧ୍ୟତାମୂଳକ
ଏହି ଟ୍ରେନିଂ ଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଥିବା ଜୁନିଅର ଓ ସିନିୟର୍ ମାଇକ୍ରୋ ବାୟୋଲୋଜିଷ୍ଟ,ମେଡିକାଲ କଲେଜ ରେ ରିସର୍ଚ୍ଚ
ଆସିଷ୍ଟାଣ୍ଡ ମାନଙ୍କୁ କ୍ୟାଡର ରୁଲ ରେ ସ୍ଥାନୀତ ନ କରିବା ଦ୍ବାରା ସେମାନେ ପ୍ରମୋଶନ ରୁ ବଞ୍ଚିତ ହେଉଛନ୍ତି। ଜୁନିଅର
ଲାବୋରେଟୋରି ଟେକନିସିଆନ ମାନଙ୍କର ଗ୍ରେଡେସନ ଓ ପଦୋନ୍ନତି ଦୀର୍ଘ ୨ ବର୍ଷ ହେଲା ହୋଇପାରୁନାହିଁ
ତେଣୁ ବହୁ ସିନିୟର୍ ମାନେ ପଦୋନ୍ନତି ରୁ ବଞ୍ଚିତ ହୋଇ ଅବସର ନେଉଛନ୍ତି। ନୂଆ ଜିଲ୍ଲାରେ ୧୯୯୧ ମସିହାରୁ ଏ ପର୍ଯ୍ୟନ୍ତ ପ୍ରମୋସନାଲ ପୋଷ୍ଟ କ୍ରିଏସନ ନ ହେବା ମଧ୍ୟ ଅନ୍ୟ ଏକ କାରଣ । ମୂଳ ପଦବୀ ୧୦୦୦ ପଦ ୧ବର୍ଷ ହେବ ସୃଷ୍ଟି ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପଦବୀ ପୂରଣ ପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାରୁ ସଭ୍ୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ବିଭିନ୍ନ ସ୍କିମ ଓ ସୋସାଇଟି ଅଧିନରେ କାର୍ଯ୍ୟ କରୁଥିବା ପ୍ରାଇଭେଟ ପାସ ଆଉଟ LT ମାନଙ୍କୁ multi skill training ଦେଇ ସରକାର ସମସ୍ତ କାର୍ଯ୍ୟ ହାସଲ କରୁଛନ୍ତି ଯାହା ନିମ୍ନମାନର ଚିକିତ୍ସା କୁ ପ୍ରୋତ୍ସାହନ ଦେଉଛି ।କୋଭିଡ ପରିଚାଳନା ରେ LT ମାନଙ୍କର ଭୂମିକା ପ୍ରଶଂସନୀୟ।ଜୀବନକୁ ବାଜି ଲଗାଇ ସେମାନେ ଦିନରାତି ରୋଗୀ ସେବାରେ
ରହିଛନ୍ତି ଓ ରହିବେ ମଧ୍ୟ ତେଣୁ ସରକାର ସେମାନଙ୍କ
ଦାବୀ ଗୁଡ଼ିକ ସହୃଦୟତାର ସହିତ ବିଚାର କରିବା କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ କିଛି ଫଳ ନ ମିଳିବାରୁ ସଂଘ ଆସନ୍ତା ଅଗଷ୍ଟ ୧ ତାରିଖ ୨୦୨୧ ରୁ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରିବାପାଇଁ ନିଷ୍ପତ୍ତି ନେଇଛି।ଓଡ଼ିଶା ଲାବୋରେଟୋରି ଟେକନିସିଆନ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ସ୍ବାଇଁ ଏକ ପ୍ରେସ ବିଜ୍ଞପ୍ତି ରେ ଗଣମାଧ୍ୟମ ଜରିଆରେ କହିଛନ୍ତି ଯେ କର୍ତ୍ତବ୍ୟ ରେ ଅବହେଳା ନ କରି କଳା ବ୍ୟାଜ ପରିଧାନ କରି ସରକାର ଙ୍କ ନିଷ୍ପତ୍ତ ର ପ୍ରତିବାଦ କରାଯିବ।
Related Stories
November 25, 2024