ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୨୦ ଜଣ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଭୁବନେଶ୍ୱରରେ ୧୩ ଜଣ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ ୮ ଜଣ, ବରଗଡ ଜିଲ୍ଲାରେ ୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୬ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।
ଅନୁଗୁଳ ପୁରୀ ଓ ରାୟଗଡା ଜିଲ୍ଲାରେ ୫-୫ ଜଣ ମୃତ୍ୟୁବରଣ କରିଛନ୍ତି । ଢେଂକାନାଳ ଜିଲ୍ଲାରେ ୪ ଜଣ, କନ୍ଧମାଳ, ମୟୁକଭଂଜ ଜିଲ୍ଲାରେ ୨-୨ ଜଣ, ମୃତ୍ୟୁବରଣ କରିଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡା, ନୂଆପଡା ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।
ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।