ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ଆମ୍ବପଡ଼ା ପଞ୍ଚାୟତର ବରୁଡ଼ି ଗ୍ରାମ,ଭୁବନପୁର ପଞ୍ଚାୟତର ବାଲିସାହି,କଡା଼ଜିତ୍ ପଞ୍ଚାୟତର ରାହାଘଟ ଏବଂ କୃଷ୍ଣପ୍ରସାଦ ବ୍ଲକ ମାଣିକ ପଞ୍ଚାୟତର ଭଗବାନପୁର ବସ୍ତି ଗସ୍ତ କରି ଗ୍ରାମବାସୀଙ୍କ ସହ ବିକାଶମୂଳକ କାର୍ଯ୍ୟ ଏବଂ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।
ଏଥି ସହିତ ଦିନ ୧୧ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ପଞ୍ଚାୟତର ଭବାନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା। ଏହି କାର୍ଯ୍ୟକ୍ରମରେ କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ,ସମ୍ପାଦକ ନବଘନ ତରେଇ,ଗୋମଣ୍ଡିଆ ସମିତି ସଭ୍ୟ ବିଜୟ କୁମାର ତରେଇ,ସମିତି ସଭ୍ୟ ରଘୁନାଥ ଜେନା,ଯୁବ ନେତା ନାଲୁ ଜେନା, ଭବାନୀପୁର ଗ୍ରାମ ସଭାପତି ଭଗବାନ ଜେନା ଓ ପରଳା ଗ୍ରାମ ସଭାପତି ଆଦିକନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
ଦିନ ୧୨ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ନୂଆପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, କୃଷ୍ଣପ୍ରସାଦ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ,ନୂଆପଡ଼ା ଚିଲିକା ସରକାରୀ ଉଚ୍ଚ ବିଦ୍ୟାଳୟ,କୃଷ୍ଣପ୍ରସାଦ ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର,ବଡ଼ଅଁଳ ପଞ୍ଚାୟତ କାର୍ଯ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା।
ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡକ୍ଟର ସନ୍ତୋଷ କୁମାର ବେହେରା,କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡକ୍ଟର ସୁଜ୍ଞାନି ମହାରଣା, ବ୍ଲକ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ଜେନା,ପ୍ରଧାନ ଶିକ୍ଷକ ଗୋପାଳ କୃଷ୍ଣ ମହାରଣା, କୃଷ୍ଣପ୍ରସାଦ ବ୍ଲକ୍ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, ବିଜୁ ଜନତା ଦଳର ସମ୍ପାଦକ ନବଘନ ତରେଇ, ଜିଲ୍ଲା ପରିଷଦ ସଦସ୍ୟା ପ୍ରଭାତୀ ପ୍ରଧାନ,ନୂଆପଡ଼ା ପଞ୍ଚାୟତ ବରିଷ୍ଠ ନେତା କେଦାର ଜେନା,ପଞ୍ଚାନନ ସିଠ,ସଭାପତି ପ୍ରତାପ ପ୍ରଧାନ,ଯୁବ ନେତା ପ୍ରଦୀପ କୁମାର ମାଝୀ,ରଞ୍ଜିତ ମାହାନ୍ତି,ପ୍ରଶାନ୍ତ କୁମାର ଜେନା,ନରେନ୍ଦ୍ର ପ୍ରଧାନ,କୃଷ୍ଣ ପ୍ରସାଦ ଗଡ଼ ପଞ୍ଚାୟତ ସଭାପତି ସୁରଥ ବେହେରା,ସମ୍ପାଦକ ଲକ୍ଷ୍ମୀ ଚରଣ ସିଂ,ଯୁବ ନେତା ପ୍ରମୋଦ ପରିଡା,ଲୋକନାଥ ପରିଡା,ବଡ଼ଅଁଳ ପଞ୍ଚାୟତ ସଭାପତି ରାଜ କିଶୋର ଯୁବ ନେତା ବିଜୟ କୁମାର ସାହୁ ଉପସ୍ଥିତ ଥିଲେ।