କେନ୍ଦୁଝର – କେନ୍ଦୁଝର ସହର ମଧ୍ୟସ୍ଥଳିରେ ଅବସ୍ଥିତ ଗୁଜୁରାଟି ସମାଜ ପ୍ରାଙ୍ଗଣରେ ଆଜି ବୁଧବାର ଠାରୁ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପାରମ୍ପାରିକ ଖାଦ୍ୟ , ବିହନ ଓ ଜୈ÷ବ ବିବିଧତା ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ମେଳାରେ କେନ୍ଦୁଝର , ଅନୁଗୁଳ , ସୁନ୍ଦରଗଡ , ଦେବଗଡ , ଝାରସୁଗଡା ଆଦି ଜିଲ୍ଲାର ଶତାଧିକ ଚାଷୀ ଓ ଏକାଧିକ ସଙ୍ଗଠନ ଅଂଶ ଗ୍ରହଣ କରିଛନ୍ତି ।
ସବୁଜ ବିପ୍ଳବ ନାମରେ ଭାରତ ଭୂମୀ ରେ କୃଷି କ୍ଷତ୍ର ରେ ବ୍ୟାପକ ପରିବର୍ତନ ଅଣାଯାଇ କୃଷିର ଉପôାଦନ ବୃଦ୍ଧି ଉଦେ୍ଧଶ୍ୟରେ ହାଇବ୍ରିଡ ବିହନ , ରାସାୟନିକ ସାର ଓ କୀଟ ନାଶକ ବିଷ ପ୍ରୟୋଗ କରିବା ଫଳରେ ଏହାର କୁ ପ୍ରଭାବ ଲୋକ ଙ୍କର ସ୍ୱାସ୍ଥ ଓ ପରିବେଶ ଉପରେ ବେଶ ପଡିବା ସହ ପରିବେଷ ପାଇଁ ଅପୁରଣିୟ କ୍ଷତି ମଧ୍ୟ ପହଞ୍ଝାଇଛି । ବର୍ତମାନ ପାରମ୍ପାରିକ କୃଷି ବୁଡିବାକୁ ବସିଥିବା ବେଳେ ସ୍ୱାସ୍ଥକର ଖାଦ୍ୟ ପ୍ରାଣରେ ଭରପୁର ଥିବା ପାରମ୍ପରିକ ଖାଦ୍ୟ ଆଉ ପ୍ରାୟ ଦେଖିବାକୁ ମିଳୁନାହିଁ । ଜଙ୍ଗଲ ମଧ୍ୟ ଆଦିବାସୀ ଲୋକଙ୍କ ଖାଦ୍ୟର ସ୍ଥାୟୀ ଉତ୍ସା ରୂପେ ବିବେଚନା କରାଯାଏ । ପ୍ରାକୃତିକ ବିପର୍ଯ୍ୟୟ ତଥା ମରୁଡି , ଫସଲହାନୀ ଆଦି ହେଲେ ଲୋକେ ପ୍ରଥମେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ଶାଗ ଜାତୀୟ ଖାଦ୍ୟ , ଛତୁ , ଫଳ , ମୂଳ , ଫୁଲ , ଅର୍ଥକାରୀ ଅଣକାÂ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ବର୍ଷର ପ୍ରାୟ ଚାରି ମାସ ଜୀବିକା ନିର୍ବାହ କରନ୍ତି । କାରଣ ଜଙ୍ଗଲରୁ ସେମାନେ ୭୨ ପ୍ରକାର ର ଶାଗ ଜାତୀୟ ଖାଦ୍ୟ , ୩୨ ପ୍ରକାର ର ଛତୁ , ୨୦ ପ୍ରକାର ର ଫଳ , ୨୨ ପ୍ରକାର ମୂଳ , ୧୦ ପ୍ରକାର ଫୁଲ , ୪୦ ପ୍ରକାର ର ଅର୍ଥକାରୀ ଅଣକାÂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପ୍ରାୟ ୪ ରୁ ୬ ମାସ ପର୍ଯ୍ୟନ୍ତ ଜିବୀକା ନିର୍ବାହ କରନ୍ତି । ଆଉ ଏହି ପାରମ୍ପାରି ଖାଦ୍ୟ ରେ ବିଭିନ୍ନ କିସମର ଭିଟାମିନ ମଧ୍ୟ ପ୍ରଚୁର ପରିମାଣ ରେ ଭରି ରହିଛି । ହେଲେ ବିଭିନ୍ନ କାରଣରୁ ପ୍ରାକୃତିକ ଖାଦ୍ୟ ତଥା ଜୈ÷ବ ବିବିଧତା ରେ ଭରପୁର ଜଙ୍ଗଲ ଏବେ ଧ୍ୱଂସ ପ୍ରାୟ । ଫଳରେ ଚାଷୀ ମାନଙ୍କର ପାରମ୍ପାରିକ ଚାଷ ବ୍ୟବସ୍ଥା, ପାରମ୍ପାରିକ ବିହନ, ଚାଷ , ସମ୍ବଦ୍ଧିତ ଜ୍ଞାନକୋ÷÷ଶଳ ଉପରେ ଥିବା ଅଧିକାର ଓ ଲୋକ ଙ୍କର ସ୍ୱାସ୍ଥକର ଖାଦ୍ୟ ବ୍ୟବସ୍ଥା ଏବେ ଘୋର ସଂଙ୍କଟରେ ।
ଏହି ପରି ଏକ ଘଡିସଂନ୍ଧି ମୁହୁର୍ତରେ ଏପରି ମେଳା କୃଷକ ବା ଚାଷି ମାନଙ୍କୁ ସେମାନଙ୍କର ଜ୍ଞାନ କୋ÷÷ଶଳ, ଅଭିଜ୍ଞନ୍ତା , ଓ ପାରମ୍ପାରିକ ବିହନ ଅଦଳ ବଦଳ ସହିତ ଆଧୁନିକ ଚାଷର ଜୈ÷ବ ବିବିଧତା ଉପରେ କୁପ୍ରଭାବ ବିଷୟରେ ଆଲୋଚନା ମାଧ୍ୟମରେ ଜ୍ଞାନ ଆହରଣ କରିବାର ସୁଯୋଗ ଆଣି ଦେବ । ଏହା ସହ ପାରମ୍ପାରିକ ବିହନ ଓ ତତ୍ ତ୍ସଂଲଗ୍ନ ଜ୍ଞାନ କୋ÷÷ଶଳର ପୁନଉଦ୍ଧାର ଓ ପ୍ରସାର ରେ ସହାୟକ ନିଶ୍ଚିତ ବୋଲି ଆଦିବାସୀ ସଂସ୍କୃତି ଗବେଷକ ନିରଞନ ବାରିକ, ଦୁଷ୍କର ବାରିକ, ଚାଷୀ ଅଜିତ ଖଟୁଆ, ପ୍ରମୁଖ ମତ ପ୍ରକାଶ କରିଥିବା ବେଳେ ଏଭଳି ଉଦ୍ୟମର ଭୂୟସୀ ପ୍ରଶଂସା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଭକ୍ତ ଚରଣ ପ୍ରଧାନ ।