-
୧୩୮ ପ୍ରକାର ରତ୍ନ ଖଞ୍ଜିତ ଅଳଙ୍କାରରେ ସଜ୍ଜିତ ହେଲେ ଚତୁର୍ଦ୍ଧାମୂର୍ତ୍ତି,
-
ତ୍ରିସ୍ତରୀୟ ସୁରକ୍ଷା ବଳୟରେ ମହାପ୍ରଭୁଙ୍କ ବେଶ ଅନୁଷ୍ଠିତ,
ଶ୍ରୀଜିଉଙ୍କ ସୁନାବେଶ ବର୍ଷକୁ ପାଞ୍ଚ ଥର ହୋଇଥାଏ |ଏହି ବେଶଟି ବିଜୟା ଦଶମୀ,ପୌଷ ପୂର୍ଣ୍ଣିମା,କାର୍ତ୍ତିକ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଏବଂ ଆଶାଢ଼ ଶୁକ୍ଳ ଏକାଦଶୀରେ ଅନୁଷ୍ଠିତ ହୋଇଥାଏ |ବର୍ଷକୁ ଚାରୋଟି ସୁନାବେଶ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଥାଏ | | ବର୍ଷକୁ ଥରେ ରଥ ଉପରେ ସୁନାବେଶ ଅନୁଷ୍ଠିତ ହୁଏ |ଆଶାଢ ଶୁକ୍ଳ ଏକାଦଶୀରେ ମହାପ୍ରଭୁ ଙ୍କ ଦୁର୍ଲ୍ଲଭ ସୁନାବେଶ ରଥଉପରେ ଅନୁଷ୍ଠିତ ହୁଏ |
ତିନି ରଥରେ ଶ୍ରୀଜୀଉଙ୍କ ନୀତି ଆରମ୍ଭ ହୋଇଥିଲା |
ମଙ୍ଗଳଆଳତି – ସକାଳ 7.10 ରୁ 7.40,ମଇଲମ-ସକାଳ 7.35 ରୁ 7.50,ତଡ଼ପଲାଗି- ସକାଳ 7.45 ରୁ 8.00,
ଅବକାଶ ପୂଜାଠା -ସକାଳ 7.55 ରୁ 8.05,ଅବକାଶ ପୂଜା- ସକାଳ 8.10 ରୁ 9.00,ଗୋପାଳବଲ୍ଲଭ ଭୋଗ ଆରମ୍ଭ-9.55, ଗୋପାଳବଲ୍ଲଭ ଭୋଗ ସମ୍ପର୍ଣ୍ଣ-ସକାଳ 10.20,
ସକାଳ ଧୂପ ଡାକିଗଲେ-10.30,ସକାଳ ଧୂପ ଛେକ- 10.40, ସକାଳ ଧୂପ ପୂଜା ଆରମ୍ଭ- 10.50,ସକାଳ ଧୂପ ଡାକିଗଲେ-10.30, ସକାଳ ଧୂପ ସମ୍ପର୍ଣ୍ଣ-11.35, ମଇଲମ-ମଧ୍ୟାହ୍ନ 12.00 ରୁ 12.15,ମହାସ୍ନାନ ମଧ୍ୟାହ୍ନ -12.25 ରୁ 12.35, ସର୍ବାଙ୍ଗ-12.35 ରୁ 12.45,ବେଶ-12.50 ରୁ 1.10,
ମଧ୍ୟାହ୍ନଧୂପ-1.30 ରୁ 2.30, ମଇଲମ ଅପରାହ୍ନ – 4.00,ସର୍ବାଙ୍ଗ – ଅପରାହ୍ନ 4.15,ସୁନାବେଶ ଆରମ୍ଭ -ସନ୍ଧ୍ୟା 4.40 ସମୟରେ ଆରମ୍ଭ ହୋଇଥିଲା |
ସୁନାବେଶରେ ମହାପ୍ରଭୁଙ୍କ ହାତ, ପାଦ ଓ ଆଙ୍ଗୁଳି ଦେଖିବାକୁ ମିଳେ |ଏହି ବେଶଟି ସବୁଠୁ ବ୍ୟୟ ବହୁଳ ବେଶ ହୋଇଥାଏ |ଆଜି ଶ୍ରୀଜିଉଙ୍କ ଏହି ପବିତ୍ର ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି |ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଚତୁର୍ଦ୍ଧାମୃତ୍ତି |ଶ୍ରୀମନ୍ଦିର ଭଣ୍ଡାର ଘରୁ ଭଣ୍ଡାର ମେକାପ ସେବକ ମାନେ ଏହାକୁ ରଥକୁ ଆଣିଥିଲେ |ଦଇତାପତି, ପାଳିଆ ପୁଷ୍ପାଳକ ସେବକ ମାନେ ସୁନାରେ ସେବା କରିଥିଲେ |ବେଶପାଇଁ ପ୍ରାୟ ୧ ଘଣ୍ଟା ରୁ ଅଧିକ ସମୟ ଲାଗିଥିଲା |
ଶ୍ରୀଭୁଜ, ଶ୍ରୀପୟର, କିରିଟ,ଚନ୍ଦ୍ର, ସୂର୍ଯ୍ୟ, ଚକ୍ର ଆଦିରେ ସଜ୍ଜିତ ହେଲେ ମହାପ୍ରଭୁ |ସୁନାବେଶରେ ୧୩୮ ପ୍ରକାର ରତ୍ନ ଖଞ୍ଜିତ ଅଳଙ୍କାରରେ ସଜ୍ଜିତ ହୋଇଥିଲେ ମହାପ୍ରଭୁ |ଚତୁର୍ଦ୍ଧାମୂର୍ତ୍ତି ଙ୍କର ଏହି ବେଶରେ ପ୍ରାୟ ୨ କ୍ୟୁଣ୍ଟାଲ ୮ କେଜି ସୁନାରେ ସଜ୍ଜିତ କରାଯାଇଛି |ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଏହି ପବିତ୍ର ସୁନାବେଶ |ରାତି ୧୧ ଟା ପର୍ଯ୍ୟନ୍ତ ଟେଲିଭିଜନ ମାଧ୍ୟମରେ ଘରେ ରହି ଦର୍ଶନ କରିପାରିବେ ଭକ୍ତ |ପୂର୍ବ ବର୍ଷ ପରି ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଏହି ପବିତ୍ର ରାଜରାଜେଶ୍ୱର ବେଶ |