ନୂଆପଡା – ଖଡିଆଳ-ଭବାନୀପାଟଣା ରାଜ୍ୟ ରାଜପଥ -୧୬ ତୁକଲା ଗ୍ରାମ ସ୍ଥିତ ସୁନ୍ଦର ନଦୀ ବ୍ରିଜ ସହ ଏହି ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ମାନ ସୃଷ୍ଟି ହୋଇଛି । ଫଳରେ ଯାତାୟତରେ ବ୍ୟାଘାତ ଦେଖାଦେଉଥିବା ବେଳେ ଏହାର ମରାମତିର ଆବଶ୍ୟକତା ରହିଛି । ତୁକଲା ବ୍ରିଜ୍ ସାରା ଖାଲଖମା ସୃଷ୍ଟି ହୋଇଥିବା ବେଳେ ଜାତୀୟ ରାଜପଥ ବିଭାଗ ଦୃଷ୍ଟି ଦେଉନାହିଁ । ଫଳରେ ଚଳିତ ବର୍ଷାରେ ଏହାର ଅବସ୍ଥା ଆହୁରି ବିପର୍ଯ୍ୟସ୍ତ ହୋଇପଡିଛି । ଏହି ରାଜ୍ୟ ରାଜପଥ ଗୋପାଲପୁର-ରାଜପୁରକୁ ସଂଯୋଗ କରିଥିବାରୁ ପ୍ରତିଦିନ ଶହ ଶହ ସଂଖ୍ୟକ ଭାରୀଯାନ ଯାତାୟତ କରିଥାଏ । ଫଳରେ ଅନେକ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ଅନେକ ଧନ ଜୀବନ ହାନି ଘଟୁଥିବା ଦେଖିବାକୁ ମିଳିଛି । ଜାତୀୟ ରାଜପଥ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଜାତୀୟ ରାଜପଥର ଖାଲଖମା ସବୁକୁ ମରାମତି କରିବାକୁ ସାଧାରଣରେ ଦାବୀ ହେଉଛି ।
Related Stories
November 23, 2024