-
ବର୍ଷାରେ ଭିଜି ରଥ ଟାଣିଲେ ସେବାୟତ
-
ବୁଧବାର ହେବ ମହାପ୍ରଭୁଙ୍କ ସୁନାବେଶ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ପବିତ୍ର ବାହୁଡ଼ାଯାତ୍ରା ଆଜି ଅନୁଷ୍ଠିତ ହୋଇଛି | ଜନ୍ମବେଦିରେ ନବଦିନାତ୍ମକ ଲୀଳାଖେଳା ସାରି ରତ୍ନବେଦୀ ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୃର୍ତ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ପାଇଁ ସ୍ଥିର ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ, ଭୋର୍ ୪ଟା ୧0ରେ ମଙ୍ଗଳ ଆଳତି ସମ୍ପର୍ଣ୍ଣ , ୪ଟା୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ,୪ ଟା ୫0 ରେ ଅବକାଶ, ସାଢ଼େ ୫ଟାରେ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ବେଶ ଶେଷ ହୋଇଛି । ୫ଟା ୪୫ରୁ ଆରମ୍ଭ ହୋଇ ଗୋପାଳବଲ୍ଲଭ ଓ ସକାଳଧୂପ ଖେଚୁଡ଼ି ଭୋଗ) ନୀତି ୭ ଟାରେ ସମ୍ପନ୍ନ ହୋଇଛି । ସକାଳ ୭ଟା ୨୫ ରେ ମଙ୍ଗଳାର୍ପଣ ଓ ୧0ଟା ୨0 ସମୟରେ ବାହୁଡ଼ା ପହଣ୍ଡି ନୀତି ସମ୍ପନ୍ନ ।୧0 ଟା ୨୫ ରୁ ୧0 ଟା ୪୫ ମଦନମୋହନ ଓ ରାମକୃଷ୍ଣ ବିଜେ ନୀତି ସମ୍ପୂର୍ଣ୍ଣ ହୋଇଛି |ନିର୍ଧାରିତ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲା |ତାଳଧ୍ୱଜ ରଥଟଣା ଆରମ୍ଭ ହୋଇଥିଲା ୧୨ ଟା ୨0 ମିନିଟ ସମୟରେ |ଦେବୀଦଳନ ରଥଟଣା ଆରମ୍ଭ ୧୨ ଟା ୫୫ ମିନିଟ ଓ ୧.୨0 ମିନିଟ ସମୟରେ ନନ୍ଦିଘୋଷ ରଥ ରଥଟଣା ଆରମ୍ଭ ହୋଇଥିଲା |ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଏହା ପଚାଶ ତମ ଦିବ୍ୟ ଛେରାପହଁରା ଅନୁଭୂତି |
ପରମ୍ପରା ଅନୁସାରେ ମାଉସୀମା ମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କୁ ପୋଡପିଠା ଭୋଗ ଲାଗି କରାଯାଇଥିଲା |ଅଭିମାନିନୀ ମା’ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିବା ପାଇଁ ବାହୁଡ଼ିଛନ୍ତି ମହାପ୍ରଭୁ ।ଲଷ୍ମୀ ନାରାୟଣଙ୍କ ଭେଟ ନୀତି ପାଇଁ ରାଜନଗର ସମ୍ମୁଖରେ ଅଟକିଥିଲା ନନ୍ଦିଘୋଷ ରଥ |ରାଜ ନଗର ସମ୍ମୁଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ଭେଟ କରାଇଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ |ଚଳିତ ବର୍ଷ ମଧ୍ୟ କରୋନା କଟକଣା ମାନି ସମସ୍ତ ନିତୀକାନ୍ତି ଅନୁଷ୍ଠିତ ହୋଇଥିଲା । ଗତବର୍ଷ ପରି ଚଳିତ ବାହୁଡ଼ାଯାତ୍ରା ମଧ୍ୟ କରୋନା କଟକଣା ପାଳନ ପୂର୍ବକ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି। ପ୍ରବଳ ବର୍ଷାରେ ଭିଜି ଭିଜି ଉତ୍ସାହର ସହିତ ସେବାୟତ ମାନେ ରଥଟାଣି ଥିଲେ |ସନ୍ଧ୍ୟା ସୁଦ୍ଧା ତିନୋଟି ରଥ ଶ୍ରୀମନ୍ଦିର ସମ୍ମୁଖରେ ଲାଗିଥିଲା |ବୁଧବାର ମହାପ୍ରଭୁଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ |ଶୃଙ୍ଖଳିତ ବାହୁଡ଼ାଯାତ୍ରା ପାଇଁ ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା |