ଦିସପୁର, ଆସାମରେ ଗତ ୨୪ ଘଂଟାରେ କରୋନାର ୧,୭୯୭ ଟି ନୂଆ ମାମଲା ସାମନାକୁ ଆସିଛି । ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୬,୧୦୭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
କରୋନାରେ ଦେଶରେ ଗତ ୨୪ ଘଂଟାରେ ୩୦,୦୯୩ ନୂଆ ମାମଲା
ନୂଆଦିଲ୍ଲୀ, ଦେଶରେ ଗତ ୨୪ଘଂଟା ମଧ୍ୟରେ ୩୦,୦୯୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩୭୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୦୬,୧୩୦ ଥିବା ବେଳେ ବର୍ତମାନ ସୁଦ୍ଧା ୪,୧୪,୪୮୨ଜଣ ମୃତ୍ୟୁ ବରଣ କରିଛନ୍ତି ।