କେନ୍ଦୁଝର – ଚଳନ୍ତା ବସ ଉପରକୁ ତୀର ମାଡ ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରୀ ଖଣି ଅଞ୍ଝଳରେ । ଗତକାଲି ତଥା ମଙ୍ଗଳବାର ରାତିରେ ଦୈତାରି ଓଏମ୍ସି ମାଇନ୍ସ ଅଧିନରେ କାର୍ଯ୍ୟ କରୁଥିବା କେସିସିର କମ୍ପାନୀର ଏକ ବସ କମ୍ପାନୀର କର୍ମଚାରୀ ମାନଙ୍କୁ ନେଇ ଦୈତାରୀ ଠାରୁ – ବଳିପର୍ବତ ଅଭିମୁଖେ ଆସୁଥିବା ସମୟରେ ବସ ଉପରକୁ ହଠାତ୍ କିଛି ଦୁର୍ବୁତ ଆଖିବୁଜା ତୀର ମାଡ କରିଥିଲେ । କିଛି ତୀର ବସ କାଚରେ ବାଜି ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ବେଳେ ଗୋଟିଏ ତୀର ଆସି ଜଣେ କର୍ମଚାରୀଙ୍କ ପେଟରେ ପଶିଯାଇଥିଲା । ଫଳରେ ସେ ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡୁବୁରୀ ସ୍ଥିତ ଟାଟା ହସ୍ପିଟାଲରେ ଭର୍ତି କରାଯାଇଥିଲା । ଦର୍ଘ ଚାରି ଘଂଟାର ଅପରେସନ ପରେ ତାଙ୍କ ପେଟରୁ ତୀର ବାହାର କରାଯାଇଛି । ତୀର ବାଜିଥିବା ଯୁବକ ଜଣକ ଯାଜପୁର ଅଂଚଳର ଉତମ ମହାନ୍ତ ବୋଲି ଜଣାପଡିଛି । ତୀର ମାଡର କାରଣ ଅଷ୍ପଷ୍ଟ ଥିବା ବେଳେ ୟୁନିୟନ ବିବାଦ କିମ୍ବା କିଛି ଦିନ ପୂର୍ବରୁ ହୋଇଥିବା ଜନଶୁଣାଣୀ କୁ ନେଇ ଏଭଳି କାଣ୍ଡ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ଦୈତାରୀ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
Related Stories
November 25, 2024