
କେରଳରେ ଗତ ୨୪ ଘଂଟାରେ ୧୬,୧୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ତିରୁବନନ୍ତପୁରମ ,କେରଳରେ ଗତ ୨୪ ଘଂଟାରେ ୧୬,୧୪୮ ନୂଆ କରୋନା ସଂକ୍ରମଣର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଏହା ସହ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧,୨୪,୭୭୯ ହୋଇ ଯାଇଛି ।
ତାମିଲନାଡୁରେ ଗତ ୨୪ ଘଂଟାରେ ୨,୨୦୫ କରୋନାର ନୂଆ ମାମଲା
ଚେନ୍ନାଇ , ତାମିଲନାଡୁରେ ଗତ ୨୪ ଘଂଟାରେ ୨,୨୦୫ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୮,୫୯୦ ହୋଇଛି ।