-
୮୦ ଟଙ୍କାରେ ତେଲ ବିକିଲା ଯୁବ ଓ ଛାତ୍ର କଂଗ୍ରେସ,
-
କଂଗ୍ରେସ ତରଫରୁ ସ୍ଲୋଗାନ “ଫେରେଇ ଦିଅ ଆମର ପୁରୁଣା ଦିନ”,
ଯେତେବେଳେ ତୈଳ ଦର ଥିଲା ୭୦ ସେତେବେଳେ ବିଜେପି ଗଡୁଥିଲା ରାସ୍ତାରେ ଓ ବିଜେଡି କରୁଥିଲା ପ୍ରତିବାଦ ରାଜଧାନୀ ରାସ୍ତାରେ | ହେଲେ ଏବେ ବିଜେଡି ଚୁପ ଓ ବିଜେପି ମୁଁହ ଲୁଚେଇ ମୋଦି ମନକି-ବାତ ରେ କୁମ୍ଭୀର କାନ୍ଦଣା କାନ୍ଦିଲେ କରୋନା ପାଇଁ | ହେଲେ, କଣ ବୁଝିପାରିଲେନି କି ଗରିବ ଓ ମଧ୍ୟବିତ ହନ୍ତସନ୍ତ ଏବେ ଦରଦାମ ପାଇଁ ଆକାଶ ଛୁଆଁ ପନିପରିବା କୁ ରାସନ ଦର | “ବିକାଶ ଏବେ ଶହେ ଶହେରେ – ଆପଣ ମାନେ ଖୁସିତ” ବିକାଶ ପୁରୁଷ ଓ ନମ୍ବର ୧ ମୁଖ୍ୟମନ୍ତ୍ରୀ ଏବେ ଭାଇ ଭାଇ | ଦୁହେଁ ମିଶି ରାଜନୀତି ରେ ଜନତା ଙ୍କୁ କରନ୍ତି ଭକୁଆ କାରଣ, ସାରା ରାଜ୍ୟ ଦୀର୍ଘ ୧୭ମାସ ଧରି କରୋନା ମହାମାରୀ ସହ ଲଢ଼ୁଛି | ଏହି ୧୭ମାସ ମଧ୍ୟ ରେ ନିଜର ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କୁ ହରାଇ ସାରିଛନ୍ତି | ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ଜୀବିକା ସହ ଲଢେଇ କରୁଥିବା ବେଳେ ଆଜିବି ବହୁ ଲୋକ ଜୀବିକା ହରାଇ ସାରିଛନ୍ତି | ଲୋକଙ୍କର ରୋଜଗାର ବହୁ ପରିମାଣ ରେ କମିଯାଇଛି | ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ ରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଅତି ନିର୍ଦୟ ଭାବରେ ଲୋକ ମାନଙ୍କ ଉପରେ ଅତ୍ୟଧିକ କେନ୍ଦ୍ରୀୟ ଶୁଳ୍କ କର ଏବଂ ଭାଟ ( ମୂଲ୍ୟ ଯୁକ୍ତ କର ) ଆଦାୟ କରିବାରେ ଲାଗିଛନ୍ତି | ୨୦୧୪ ମସିହା କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର ଗଲା ବେଳକୁ ପେଟ୍ରୋଲ ୭୨ଟଙ୍କା ଓ ଡିଜେଲ ଆମ ରାଜ୍ୟରେ ୬୩ଟଙ୍କାରେ ବିକ୍ରି ହେଉଥିଲା | ସେତେବେଳେ କେନ୍ଦ୍ର ସରକାର ଏକ ଲିଟର ପେଟ୍ରୋଲ ଏବଂ ଡିଜେଲ ଉପରେ ଟ. ୯.୪୮ ପଇସା ଓ ଟ. ୩.୫୬ ପଇସା କେନ୍ଦ୍ରୀୟ ଶୁଳ୍କ କର ଆଦାୟ କରୁଥିଲେ | କିନ୍ତୁ ଏହି ୭ବର୍ଷ ଭିତରେ ପେଟ୍ରୋଲ ଉପରେ ୩୦୦ପ୍ରତିଶତ ଓ ଡିଜେଲ ଉପରେ ପାଖା ପାଖି ୮୦୦ପ୍ରତିଶତ କର ଆଦାୟ କରାଯାଉଛି | ଏବେ ଏକ ଲିଟର ପେଟ୍ରୋଲ ଉପରେ ୩୨ଟଙ୍କା ୯୦ପଇସା ଓ ଡିଜେଲ ଉପରେ ୩୧ଟଙ୍କା ୮୦ପଇସା କେନ୍ଦ୍ରୀୟ ଶୁଳ୍କ କର ଆଦାୟ କରାଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ଟ. ୨୩.୪୦ପଇସା ଟ. ୨୦.୮୦ପଇସା ଭାଟ ବା ମୂଲ୍ୟ ଯୁକ୍ତ କର ଆଦାୟ କରୁଛି | ଠିକ ସେଇଭଳି ୧୪.୨ କେଜି ରନ୍ଧନ ଗ୍ୟାସ ର ମୂଲ୍ୟ ୨୦୧୪ ମସିହା ରେ କଂଗ୍ରେସ ସରକାର ସମୟରେ ୪୧୪ଟଙ୍କା ଥିବା ବେଳେ ଏହି ୭ ବର୍ଷ ମଧ୍ୟରେ ଏହାର ମୂଲ୍ୟ ଏବେ ୮୬୧ଟଙ୍କା କୁ ବୃଦ୍ଧି ଘଟିଛି | ଏଥିନିମନ୍ତେ ଓଡିଶା ର ଗରିବ ଓ ମଧ୍ୟବିତ ପରିବାର ହନ୍ତସନ୍ତ ହେଉଛନ୍ତି | ଏହା ସହ ସମସ୍ତେ ଜାଣନ୍ତି ପୁରୀ ସହର ଏକ ଐତିହାସିକ ସହର | ଏହି ସହର ର ମହତ୍ୱ ଏହା ଏକ ଧାର୍ମିକ ଶ୍ରୀ ଜଗନ୍ନାଥ ଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ଏହାର ନାମ | ଏଠି ବର୍ଷ ତମାମ ଯାତ୍ରୀ ଙ୍କ ଭିଡ ଜମି ରହେ |
ଏହି ଯାତ୍ରୀ ଙ୍କ ହେତୁ ଏଠାରେ ହଜାର ରୁ ହଜାର ପରିବାର ନିଜ ଜୀବିକା ପୋଷଣ କରିଥାନ୍ତି | ଉଠା ଦୋକାନୀ ହେଉ କି ସେ ଅଟୋ ଚାଳକ ହୁଅନ୍ତୁ କିମ୍ବା ଟାଉନ ବସ କର୍ମଚାରୀ ହୁଅନ୍ତୁ କି ୧୦୦୦ ରୁ ୧୦୦୦ ପୁରୀ ସହରରେ ଥିବା ହୋଟେଲ ର କର୍ମଚାରୀ ହୁଅନ୍ତୁ ଏମାନେ ସମସ୍ତେ ନିର୍ଭରଶୀଳ ଯାତ୍ରୀ ଓ ପଯ୍ୟଟନ ଙ୍କ ଉପରେ | ଆଜିର ପୁରୀ ସହରରେ ଘରେ ଘରେ ଚିନ୍ତା ଦରଦାମ ବୃଦ୍ଧି କୁ ନେଇ ଜନତା ନିଜ ଭୋଟ ର ମୂଲ୍ୟ କୁ ଏବେ ଚିନ୍ତା କରୁଛି | ସମସ୍ତଙ୍କ ମୁଁହ ରେ ଏବେ ଗୋଟିଏ ସ୍ୱର “ଫେରେଇ ଦିଅ ଆମର ପୁରୁଣା ଦିନ ହେ ସରକାର” | ପୁରୀ ଜ଼ିଲ୍ଲା ନଗର କଂଗ୍ରେସ ସଭାପତି ଛବିନ୍ଦ୍ର ପଢ଼ିଆରୀ ଓ ଜ଼ିଲ୍ଲା କଂଗ୍ରେସ ର ବରିଷ୍ଠ ନେତା ରାଜେଶ ମିଶ୍ର ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସ୍ୱରୂପ ମୋଦି ଓ ନବୀନ ସରକାର କୁ କଟାକ୍ଷ କରି ପେଟ୍ରୋଲ ପମ୍ପ ସାମ୍ନା ରେ ଯୁବ ଓ ଛାତ୍ର କଂଗ୍ରେସ ର ଶତାଧିକ କର୍ମୀ ୮୦ଟଙ୍କା ରେ ତେଲ ବିକିଲେ | କଂଗ୍ରେସ ଗରିବ ଦୁଃଖୀ ଙ୍କ ସାହାରା କହି ୮୦ଟଙ୍କାରେ କିଣିଥିବା ଲୋକ ତେଲ ଦରବୃଦ୍ଧି ହେତୁ କଣ ଅସୁବିଧା ଭୋଗ କରୁଛନ୍ତି ତା ଉପରେ ମନ୍ତବ୍ୟ ଦେବା ସହ ଦସ୍ତଖତ ଅଭିଯାନ ରେ ସହ ସହ ଜନତା ନିଜର କ୍ଷୋଭ ପ୍ରକାଶ କରି ଦସ୍ତଖତ ମଧ୍ୟ କରିଥିଲେ | ପୁରୀ ଜ଼ିଲ୍ଲା କଂଗ୍ରେସର ଯୁବନେତା ଆଲୋକ କୁମାର ଦାଶ ଓ ଛାତ୍ର କଂଗ୍ରେସ ପୂର୍ବତନ ଜ଼ିଲ୍ଲା ସଭାପତି ଆଶୁତୋଷ ମିଶ୍ର ଙ୍କ ନେତୃତ୍ୱରେ ରେ ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ ର କର୍ମୀ ଯୋଗ ଦେଇଥିବା ସହ ଆଗରେ ଅଭିନବ ଉପାୟରେ “ତୈଳ ଟୁର୍ନାମେଣ୍ଟ ରେ ଶତକ ମାରିଲେ ନବୀନ ଓ ମୋଦି” ର ନାରା ଦେବା ସହ ନବୀନ ମୋଦି ଭାଇ ଭାଇ ଏବଂ ଦରଦାମ ନିୟନ୍ତ୍ରଣ ନହେଲେ ରାଜରାସ୍ତା ରେ ନିଆଁ ଜଳିବ ଏଭଳି କିଛି ନାରାବାଜି କରି ବରିଷ୍ଠ କଂଗ୍ରେସ ନେତା ଓ ସଦସ୍ୟ ଙ୍କ ମଧ୍ୟ ରେ ବରିଷ୍ଠ ନେତା ଗୋପାଳ ଖୁଣ୍ଟିଆ, ବୀରେନ୍ଦ୍ର ଭୂଷଣ ହୋତା, ସୁକାନ୍ତ ପ୍ରଧାନ, ସୀତାକାନ୍ତ ମହାନ୍ତି, ଉମାପଦ ମିଶ୍ର, ଆର୍ତତ୍ରାଣ ସାହୁ ଙ୍କ ସହ ଲିଗାଲ ସେଲ ଅଧ୍ୟକ୍ଷ କାଳୀ ପ୍ରସାଦ ନାୟକ, ଯୁବନେତା ରଶ୍ମି ରଞ୍ଜନ ସାହୁ, ମାନସ ରଞ୍ଜନ ମିଶ୍ର, ବସ୍ତି ନେତା ଅନିଲ ବେଜ, ସଦର ଯୁବ ନେତା ଆଦିତ୍ୟ କୁମାର ଓ ଛାତ୍ର କଂଗ୍ରେସ ନେତା ରୀଶାନ ଦାଶ, ଅଗସ୍ତିନ ଜୋସେଫ, ବିଚିତ୍ର ନାୟକ ଙ୍କ ନେତୃତ୍ୱ ରେ ଶତାଧିକ କର୍ମୀ ଏହି ପ୍ରତିବାଦ ରେ ଯୋଗ ଦେଇଥିଲେ |