କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶୁକ୍ରବାର ରାତିରେ ଅଠରନଳାଠାରେ ହୋଇଛି ବୋମାମାଡ଼ । ବୋମା ମାଡ଼ରେ ସ୍ଵାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦମ୍ପତି ହେଲେ ଅଠରନଳାର ନୃସିଂହ ନାୟକ ଓ ସ୍ତ୍ରୀ ପ୍ରଭାତୀ ନାୟକ । ସଦର ଥାନା ପୁଲିସ ଘଟଣାସ୍ଥଳରେ ଛାନଭିନ ଚଳାଇଛି ।ସୂଚନା ଅନୁସାରେ, ଅଠରନଳାର ନୃସିଂହ ନାୟକଙ୍କ ଝିଅଙ୍କୁ ଏକତରଫା ପ୍ରେମ କରୁଥିଲେ ମୁକୁନ୍ଦମିଶ୍ର ନଗରର ଅଜୁ ବାରିକ। ଦୁଇ ଦିନ ତଳେ ଝିଅର ବିବାହ ହୋଇଯାଇଥିଲା । ସେଥିପାଇଁ ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ରାତି ପ୍ରାୟ ୧୧ଟା ୪୫ ମିନିଟ ସମୟରେ ଅଜୁ ଓ ତାର ସହଯୋଗୀ ନୃସିଂହଙ୍କ ଘରେ ପଶି ପତି ପତ୍ନୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ ।ନୃସିଂହ ପ୍ରତିରୋଧ କରି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଆସିଯିବା ଭୟରେ ଦୁବୃର୍ତ୍ତମାନେ ଦମ୍ପତିଙ୍କ ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ ।
ଆକ୍ରମଣରେ ନୃସିଂହ ଓ ପତ୍ନୀ ପ୍ରଭାତୀ ଗୁରୁତର ଆହତ ହୋଇଛନ୍ତି । ପ୍ରଭାତୀଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି ଏବଂ ନୃସିଂହଙ୍କ ପୂରା ଶରୀର କ୍ଷତବିକ୍ଷତ ହୋଇଛି । ଉଭୟଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Related Stories
November 24, 2024