ସ୍ଥାନୀୟ ଚନ୍ଦ୍ରଶେଖର ଆଂଚଳିକ ବାଳିକା ଉଚ୍ଚବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକଙ୍କ ସଭାପତିତ୍ୱରେ ୭୨ତମ ବନମହୋସôବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥିଭାବେ ଘୁମୁସର ଉତର ବନଖଣ୍ଡର ଡ଼ିଏଫ୍ଓ ଅଭୟକାନ୍ତ ଦଲାଇ ଯୋଗଦେଇ ବନ ମହୋସôôବ, ବୃକ୍ଷର ଆବଶ୍ୟକତା କହିଥିବାବେଳେ ମୁଖ୍ୟବକ୍ତା ସମାଜସେବୀ ଶୂଳପାଣୀ ଶତପଥୀ ଛାତ୍ରୀମାନଙ୍କୁ ଉସôାହିତ କରିଥିଲେ । ସମ୍ମାନୀତ ଅତିଥିଭାବେ ନିଗମାନନ୍ଦ ଏଜୁକେଶନ ସେଂଟର ସମ୍ପାଦକ ଚିନ୍ମୟ କୁମାର ବେବର୍ତା, ସ୍ୱେଚ୍ଛାସେବୀ ପଂଚାନନ ପାଳ, ପ୍ରକୃତିପ୍ରେମୀ ନଗେନ୍ଦ୍ର ନାୟକ, ସମିତିସଭ୍ୟ ଅମରନାଥ ସ୍ୱାଇଁ ଯୋଗଦେଇଥିଲେ । ଛାତ୍ରୀମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ଗାନପରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଗୌଡ଼ ଅତିଥି ସ୍ୱାଗତ କରିଥିଲେ । ନିଗମାନନ୍ଦ ଏଜୁକେଶନ ସେଂଟର ତରଫରୁ ଚଳିତ ଦଶମ ଶ୍ରେଣୀରେ ପ୍ରଥମ ୧୪ଜଣ ଛାତ୍ରୀଙ୍କୁ ପ୍ରଶଂସା ପତ୍ର, ଗୋଟିଏ ବୃକ୍ଷ ପ୍ରଦାନ କରିବା ସହିତ ବନମହୋସôବ କାର୍ଯ୍ୟକ୍ରମ ପାଇଁ ପ୍ରଧାନଶିକ୍ଷକ ଶ୍ରୀ ଗୌଡ଼ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟ ତରଫରୁ ଗଞ୍ଜାମଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାଧାରକ ଶୂଳପାଣୀ ଶତପଥୀ, ଡ଼ିଏଫ୍ଓ ଅଭୟକାନ୍ତ ଦଳାଇ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିପ୍ରଚରଣ ବାରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବଣିକ ସଂଘର ସଭାପତି ବଂଶିଧର ବାରିକ, ବନବିଭାଗର ଫରେଷ୍ଟର ବବୁର ସେଠୀ, ଫରେଷ୍ଟ ଗାର୍ଡ଼ ବିନୋଦ ବିହାରୀ ପାତ୍ର, ସୁକାନ୍ତି ସାବତ, ମଦନମୋହନ ରାଉତ ସହିତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ, ଅଭିଭାବକ ତଥା ଉସôାହ ଯୁବଗୋଷ୍ଠୀ ଯୋଗଦେଇଥିଲେ । ଶେଷରେ ଶିକ୍ଷୟିତ୍ରୀ ମଧୁସ୍ମିତା ସାହୁ ଧନ୍ୟବାଦ ପ୍ରଦାନ ପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ପୁଷ୍ପାଞ୍ଜଳି ମିଶ୍ର, ନମିତା କୁମାରୀ ପାଳ, ପ୍ରତିମା କୁମାରୀ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।