ଜିଲ୍ଲା ପ୍ରଶାସନ କରୋନା କଟକଣାକୁ ଗୁରତ୍ୱ ଦେଇ ଜନ ସମାଗମକୁ ନିୟନ୍ତ୍ରଣ ଉଦେଶ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରିଛି । ୧୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ହେରାପଞ୍ଚମୀ, ରଥ ଦକ୍ଷିଣମୋଡ ଏବଂ ନବମୀ ସନ୍ଧ୍ୟାଦର୍ଶନ ପାଇଁ ସେଠାରେ ଭକ୍ତଙ୍କ ଭିଡ଼ହେବା ଆଶଙ୍କା କରି ଏଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
୧୪ତାରିଖ ସନ୍ଧ୍ୟା ୬ଟାରୁ ୧୯ତାରିଖ ରାତି ୮ଟା ପର୍ଯ୍ୟନ୍ତ ସେଠାରେ ଜନ ସମାଗମ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବଡ଼ଦାଣ୍ଡର ବଡ଼ଶଙ୍ଖଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର, ଶରଧାବାଲି, ଭୋଳାନାଥ ବିଦ୍ୟାପୀଠ, ଖାକିମଠ ନୂଆସାହି ଏବଂ ଶ୍ରୀଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ଵରେ ୧୪୪ ଧାରା ଲାଗୁ କରାଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ।ଗୁଣ୍ଡିଚା ଯାତ୍ରା ସମୟରେ ଯେଭଳି ଖୋଲାଖୋଲି ଆଇନ ଉଲଂଘନ କରାଯାଇଥିଲା ଯେପରି ତାହାର ପୁନରାବୃତ୍ତି ନ ହୁଏ ସେଥିପାଇଁ ପ୍ରଶାସନ ତତ୍ପର ହୋଇ ଯେପରି ଭକ୍ତମାନେ ରଥ ସ୍ପର୍ଶ ନକରିବେ ସେ ଉଦେଶ୍ୟରେ ରଥ ଚତୁର୍ପାଶ୍ୱରେ କଟକଣା ଜାରି କରାଯାଇଛି | ଦାରୁବ୍ରହ୍ମ ଏବେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି । ଆଡ଼ପ ଅବଢା କିଣିବା ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଲୋକଙ୍କ ଭିଡ ଦେଖିଵାକୁ ମିଳିଛି ।
Related Stories
November 23, 2024