-
ଜିଲ୍ଲା ପ୍ରଶାସନ ଦ୍ୱାରା ୪ କୋଠା କରାଗଲା ସିଲ
କର୍ଫୁ ନିୟମ ଉଲ୍ଲଙ୍ଘନ କରି ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଛାତ ଉପରେ ଲୋକଙ୍କୁ ବସାଇଥିବା ଅଭିଯୋଗରେ ୧୪ ଜୁଲାଇରେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଥମେ ଗଙ୍ଗା ଲଜକୁ ସିଲ କରାଯାଇଥିଲା |ଏହାପରେ ୧୫ ଜୁଲାଇରେ ଜିଲ୍ଲା ପ୍ରଶାସନ ୨ଟି କୋଠାରେ ତାଲା ପକାଇଥିଲା । ସେଗୁଡିକ ହେଲା ବଡ଼ଦାଣ୍ଡର ବଳଗଣ୍ଡି ଛକରେ ଥିବା ଅକ୍ଷୟପାତ୍ର ଫାଉଣ୍ଡେସନ ଏବଂ ସାଗର ଇନ୍ ଲଜିଂ କୋଠାରେ ତାଲା ପକା ଯାଇଥିବା ସୂଚନା ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରଦାନ କରିଥିଲେ । କାରଣ ଶ୍ରୀଗୁଣ୍ଡିଚା ଯାତ୍ରାଦିନ କୁରୁକ୍ଷେତ୍ରର ଗୋବିନ୍ଦକୃଷ୍ଣ ଦାସ ଏବଂ ଅତୁଲକୃଷ୍ଣ ନାମକ ୨ଜଣ ବ୍ୟକ୍ତି ଅକ୍ଷୟପାତ୍ର ଫାଉଣ୍ଡେସନ କୋଠା ବାଲ୍କୋନିରେ ଛିଡ଼ାହୋଇ ରଥଟଣା ଦେଖିଥିଲେ ।
ସିସିଟିଭି ଫୁଟେଜ୍ ସମେତ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଗୁରୁବାର ଦୁଇଟି କୋଠାରେ ପ୍ରଶାସନ ତରଫରୁ ତାଲା ପକାଯାଇଥିଲା । ଶୁକ୍ରବାର ଦିନ ପ୍ରଶାସନ ତରଫରୁ ଶ୍ରୀକ୍ଷେତ୍ର ଲଜ ମଧ୍ୟ୍ୟ ସିଲ କରାଯାଇଛି |ଶ୍ରୀକ୍ଷେତ୍ର ଲଜକୁ ମିଶାଇ ଆଜି ପର୍ଯ୍ୟନ୍ତ ୪ ଟି କୋଠକୁ ପ୍ରଶାସନ ଦ୍ୱାରା ସିଲ କରାଯାଇଛି |ଏବଂ ଖୁବଶୀଘ୍ର ବଡ଼ଦାଣ୍ଡ ଦୁଇପାର୍ଶ୍ୱରେ ଥିବା ଆଉକିଛି ନିୟମ ଉଲ୍ଲଙ୍ଘନ କରିଥିବା ହୋଟେଲ, ଲଜିଂ ଏବଂ ଧର୍ମଶାଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।