ଭୁବନେଶ୍ୱର. ଆମେରିକା ଗଣରାଜ୍ୟ, ନିୟୁୟର୍କସ୍ଥିତ ବିଶ୍ୱ ମାନବ ଅଧିକାର ସଂରକ୍ଷଣ ଆୟୋଗ ଏହାର ନିଉଦିଲ୍ଲୀସ୍ଥିତ, ଭାରତୀୟ ମୁଖ୍ୟାଳୟ ଜରିଆରେ ଇଁ. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ ଐଜ ଌ ଇୟଜ୍ଞସଦ୍ଭସଗ୍ଦଗ୍ଧକ୍ସବଗ୍ଧସକ୍ଟଦ୍ଭ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବାରୁ ଚଳିତବର୍ଷ ଡ଼କ୍ଟରେଟ (ଅନେରାରୀ) ଉପାଧି ପ୍ରଦାନ କରିଛନ୍ତି । ଏଥିସହ ଇଁ. ମହାପାତ୍ରଙ୍କୁ ବିଶ୍ୱମାନବ ଅଧିକାର ସଂରକ୍ଷଣ ଆୟୋଗର ଆଜିବନ ଜାତୀୟ ସଭ୍ୟ ଭାବରେ ମଧ୍ୟ ଗ୍ରହଣ କରିଛନ୍ତି । ଇଁ ମହାପାତ୍ର ୧୯୭୯ ମସିହାରେ ମାତ୍ର ୧୯ ବର୍ଷ ବୟସରେ ଦେଶ ମାତୃକାର ସେବା ଉଦ୍ଧେଶ୍ୟରେ ପ୍ରଥମେ ଦେଶର ପ୍ରମୁଖ ଡିଫେନ୍ସ ସେବା ବାୟୁସେନାରେ ୨୧ ବର୍ଷ କାର୍ଯ୍ୟରତ ରହି ଦେଶ ସେବାରେ ଏକ ଜ୍ୱଳନ୍ତ ନିଦର୍ଶନ ସୃଷ୍ଟି କରିବା ସହିତ ସେବା ଉପରାନ୍ତ, ଓଡ଼ିଶା ଖଣି ନିଗମ ଲିମିଟେଡ, ଓଡ଼ିଶା, ଆକାଶ ଇନିଷ୍ଟ୍ୟୁଟ୍ ଭୁବନେଶ୍ୱର ଶାଖା, ଆଦ୍ୟାନ୍ତ ଏଜୁକେସନ୍ ପ୍ରାଇଭେଟ ଲିମିଟେଡ, ଆଦ୍ୟାନ୍ତ ଏଜୁକେସନାଲ୍ ଏବଂ ଚାରିଟେବୁଲ୍ ଟ୍ରଷ୍ଟ, ଓଡ଼ିଶା ଚାରିଟେବୁଲ୍ ଟ୍ରଷ୍ଟ ଏବଂ ଦି କୌଟିଲ୍ୟ ଭଳି ଓଡ଼ିଶାର ପ୍ରମୂଖ ଶିକ୍ଷା ଅନୁଷ୍ଠାନ ମାନଙ୍କରେ କାର୍ଯ୍ୟକରି ବହୁ ପ୍ରସଂଶିତ ହୋଇପାରିଛନ୍ତି । ସେ ମୁଖ୍ୟ ଭାବେ ମାନବ ସମ୍ବଳ, ମାନବ ଅଧିକାର ଏବଂ ଏହାର ରକ୍ଷଣ ଉପରେ ଜାଗୃତ ଭାବେ କାର୍ଯ୍ୟରତ, ଏହି ସଂସ୍ଥା ଗୁଡ଼ିକରେ କାର୍ଯ୍ୟ କରିବା ସମୟରେ ସେ ମାନବ ଅଧିକାର ଉପରେ ଯଥେଷ୍ଟ କାର୍ଯ୍ୟ କରିବା ସହ ସେମାନଙ୍କୁ କିପରି ପ୍ରକୃତ ନ୍ୟାୟ ମିଳିପାରିବ, ତାହାକୁ ନେଇ ସଦାସର୍ବଦା ଚେଷ୍ଟିତ ରହିଛନ୍ତି । ସେ ଜଣେ ସକ୍ର୍ରିୟ, କର୍ମଶୀଳ ତଥା ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ।
ଏହି ଉପାଧି ଗ୍ରହଣ କରିବାପରେ ତାଙ୍କର ସମାଜପ୍ରତି ଦାୟିତ୍ୱବୋଧ ଆହୁରି ବଢିଯାଇଛି । ଏହାପରେ ସେ ସମାଜପ୍ରତି ତାଙ୍କର ସମସ୍ତ କାର୍ଯ୍ୟକୁ ସେ ସୂଚାରୁ ରୂପେ ସଂପାଦନ କରିବା ପାଇଁ ସେ ପ୍ରତିଶ୍ରୃତିବଦ୍ଧ । ସେ ଟେଲିଫୋନ୍ କଥୋପଥନ ସମୟରେ ପ୍ରକାଶ କରିଥିଲେ ଯେ ଏହା ତାଙ୍କର ପିତାଙ୍କର ସ୍ୱପ୍ନ ଥିଲା ଯାହାକି ତାଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ଅଟେ ।