ଠିକ ସେହିଭଳି ଆରଏସପି ଦେଇଥିବା ଏକ ଅଫିସରମାନଙ୍କ ଲାଗି ଘରକୁ ଏହି ଅଫିସରେ ଫିଲ୍ଡ ଆସିଷ୍ଟାଂଟ ମନୋଜ ନାୟକ (ନିୟମିତ ଚାକିରୀ ନୁହେଁ) ମାଡି ବସି ରହୁଥିବା ବେଳେ ଦୁଇ ଜଣ ଅନ୍ୟ ଅଫିସର ଏଠାରୁ ୪ରୁ ୫ ବର୍ଷ ହେଲା ବଦଳି ହୋଇ ସାରିଥିଲେ ମଧ୍ୟ ସେ ସେ ସମୟରେ ରହୁଥିବା ଘର ଗୁଡିକୁ ଛାଡୁନଥିବା ଜଣାପଡିଛି । ସେମାନେ ହେଲେ, ରମେଶ ଏକ୍କା । ୪ରୁ ୫ବର୍ଷ ହେଲା ସେକ୍ଟର ୧୬ ଘରକୁ ଏଯାଏ ଛାଡି ନାହାନ୍ତି । ଅନ୍ୟ ଜଣେ ହେଲେ ରଶ୍ମି ପ୍ରଧାନ ସେ ୪ ବର୍ଷ ତଳେ ରହୁଥିବା ସେକ୍ଟର ୧ ଆରଏସପି ବାଗୃହକୁ ଏଯାଏ ଛାଡି ନଥିବା ଖବର ମିଳିଛି । ବର୍ତମାନ ପ୍ରଶ୍ନ ଉଠୁଛି, ଯଦି ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା ଆଂଚଳିକ ଅଧିକାରୀ ଆରଏସପିର ଅତିଥିଭବନରେ ବର୍ଷ ବର୍ଷ କାଳ ରହିବେ ପୁଣି ଆଉ ଏକ ବର୍ଷ ଲାଗି ଅନୁରୋଧ କରିବେ ଅନ୍ୟ ଅଧିକାରୀ ,କର୍ମଚାରୀ ମାନଙ୍କର ଏଭଳି ମୋହ ରହିବ, ତେବେ ଏମାନେ ଏଠାରେ ଆରଏସପି କରୁଥିବା ବାୟୁ ,ଜଳ ଓ ଗ୍ୟାସ ପ୍ରଦୁଷଣକୁ ରୋକିବାରେ ସକ୍ଷମ ହେବେ କେମିତି ? ଖାଲି ସେତିକି ନେହେଁ ନିକଟ ଅତିତରେ ହୋଇଥିବା ଗ୍ୟାସ୍ ଲିକ୍ ମାମଲାରେ ଗ୍ରିନ ଟ୍ରିବ୍ୟୁନାଲ ତରଫରୁ ହୋଇଥିବା ତଦନ୍ତକାରୀ ଦଳ ମଧ୍ୟରେ ସେହି ଅଧିକାରୀ ମଧ୍ୟ ଅଛନ୍ତି । ସେ ଏହି ତଦନ୍ତରେ କଣ ସହଯୋଗ କରିବେ ତାହା ମଧ୍ୟ ଆଉ ଏକ ପ୍ରଶ୍ନ ବୁଦ୍ଧିଜୀବି ମହଲରେ ସୃଷ୍ଟି ହେଲାଣି ।
ସେହିଭଳି ଏଠାରେ ବର୍ଷ ବର୍ଷ ଧରି ବଦଳି ହୋଇଥିବା ଅଧିକାରୀ ଆରଏସପି ଘରଗୁଡିକୁ ନଛାଡିବା, ଘର ଭଡା, ବିଜୁଳି ପାଣି ଭଡା ନଦିଆଜିବା ଆଦି ମାମଲାରେ ଏହି ବିଭାଗ ଯଦି ନୀରବ ରହୁଛି ତେଣୁ ବିଭାଗର ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ କଥା । ଅନ୍ୟପକ୍ଷରେ ଯଦି ଆରଏସପି ଦେଇଥିବା ଅଧିକାରୀଙ୍କ ବାସଗୃହ ଅନ୍ୟ ଜଣେ ବାବୁ ଦଖଲ କରିଛନ୍ତି ତେବେ ରାଉରକେଲା ସହରରେ ଘରର ଅଭାବ ଥିଲାକି ? ଏଠାରେ ଅନେକ ବଡ ବଡ ଅଧିକାରୀ ଭଡା ଘରେ ମଧ୍ୟ ରହୁଛନ୍ତି , ତେବେ ବର୍ତମାନର ଆଂଚଳିକ ଅଧିକାରିଙ୍କୁ ଘର ଭଡା ନେବାରେ ଅସୁବିଧା କେଉଁଠି ରହିଲା ବୋଲି ପ୍ରଶ୍ନ ହେଉଛି । ସେହିଭଳି ପୂର୍ବତନ ଆର ଓ ମୁକେଶ ମହାଲିଂଗ ଫିଲ୍ଡ ଆସିଷ୍ଟାଂଟ ମନୋଜକୁ ଦେଇଯାଇଥିବା ଅଫିସର ମାନଙ୍କ ଘରକୁ ଏଯାଏ ଖାଲି ନକରାଯାଇ ମନୋଜଙ୍କୁ କିଏ ଆର୍ଶିବାଦ କରିଛି ଓ ସେ ବାବୁଙ୍କ ସମେତ ଆଉ ଜଣଙ୍କୁ ବିଭିନ୍ନ କାମରେ କିଏ ମଧ୍ୟସ୍ତି କରିଛି ତାହା ତଦନ୍ତ ସାପେକ୍ଷ । ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ଅଧିକାରୀ ଆସି ରାଉରକେଲା ହାଉସରେ ରହି ଆରଏସପିର ଅତିଥି ହୁଅନ୍ତି । ପୁଲିସି ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗକୁ ମଧ୍ୟ ଆରଏସପି ବାସଗୃହ ଆଦି ଯୋଗାଇଛି, ଯଦି ସେହି ଫରମୁଲାରେ ଏହି ବିଭାଗର ବାବୁ ମାନେ ସରକାରୀକା ମାଲ ଦରିଆମେଁ ଡାଲ ନୀତି ଅବଲମ୍ବନ କରି ଚାଲିଥିବେ ତେବେ ରାଉରକେଲା ଇସ୍ପାତ କାରଖାନାର ପ୍ରଦୁଷଣ ନିୟନ୍ତ୍ରଣ ହେବ କେମିତି ଓ ଏଭଳି ପ୍ରଶାସନିକ ସେବା ଥିବା ବିଭାଗ ଜିଲ୍ଲାରେ ଖଣି ଠାରୁ ଆରମ୍ଭ କରି ବିଭିନ୍ନ କଳକାରଖାନା କରୁଥିବା ପ୍ରଦୁଷଣକୁ ରୋକିବେ କେମିତି ଏଥିରୁ ପରିବେଶ ସୁରକ୍ଷା ହେବ କିଭଳି ତାହା ରାଜ୍ୟ ସରକାରଙ୍କ ୫-ଟି ସଚିବ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।