
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
କୋଭିଡ – ୧୯ ମହାମାରୀ ସମୟରେ ଆଡ଼ପ ମଣ୍ଡପେ ଶ୍ରୀ ଶ୍ରୀ ମହାପ୍ରଭୁଙ୍କର ଶ୍ରୀପଞ୍ଚରାମାନନ୍ଦୀ ତିନିଅଣିର ଶ୍ରୀହନୁମାନଜୀଙ୍କର ନୀଶାଣଙ୍କର ନବମୀ ସନ୍ଧ୍ୟା ଦର୍ଶନ
ସେବା ପ୍ରଦାନ ନିମନ୍ତେ ପୁରୀର ବଡ଼ଆଖଡ଼ା ମଠ ମହନ୍ତ ମହାରାଜ,ହାତୀ ଆଖଡ଼ା ମଠ ମହନ୍ତ ମହାରାଜ ଏବଂ ନିର୍ମୋହୀ ଆଖଡ଼ା ମଠ ମହନ୍ତ ମହାରାଜ ମାନଙ୍କ ତରଫରୁ ପୁରୀ ଜିଲ୍ଲାପାଳ ଙ୍କୁ ଏକ ସ୍ମାରକ ପ୍ରଦାନ କରାଯାଇଛି |ଉଲ୍ଲେଖ ଯୋଗ୍ୟ ନବମୀ ସନ୍ଧ୍ୟା ଦର୍ଶନ ସେବା ନିମନ୍ତେ (୧) ଅଖିଳ ଭାରତୀୟ ଶ୍ରୀପଞ୍ଚ ରାମାନନ୍ଦୀ ଦିଗମ୍ବର ବୈଠକ, ବଡ଼ଆଖଡ଼ା ମଠ, ପୁରୀ, ( ୨ ) ଅଖିଳ ଭାରତୀୟ ଶ୍ରୀପଞ୍ଚ ରାମାନନ୍ଦୀ
ନିର୍ମୋହୀ ବୈଠକ, ହାତୀ ଆଖଡ଼ା ମଠ,ପୁରୀ,
(୩) ଅଖିଳ ଭାରତୀୟ ଶ୍ରୀପଞ୍ଚ ରାମାନନ୍ଦୀ ନିର୍ମୋହୀ ଆଖଡ଼ା, ପୁରୀ, ଏହି ତିନିଅଣି ଆଖଡ଼ାର ଶ୍ରୀ ହନୁମାନଜୀଙ୍କର ନିଶାଣ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ନବମୀ ସନ୍ଧ୍ୟା ଦର୍ଶନ ସେବା କରିଥାନ୍ତି । ଏହି ସେବା ପରମ୍ପରା ବହୁ ପୁରାତନ କାଳରୁ ଚାଲି ଆସୁଅଛି ।ମାତ୍ର ଏ ବର୍ଷ ବୈଷୟିକ ମହାମାରୀ ହେତୁ କେଉଁ ପ୍ରକାରେ ଆମ୍ଭେ ଏହି ସେବା କରିପାରିବୁ । କୋଭିଡ଼ ।
୧ ୯ ର ନିୟମ ଅନୁଯାୟୀ ସନ୍ଧ୍ୟା ଦର୍ଶନର ନିର୍ଦ୍ଦିଷ୍ଟ ସମୟ, ପ୍ରବେଶ ବ୍ୟବସ୍ଥା ଏବଂ ସାଧୁ ସଂଖ୍ୟା ଜଣାଇଲେ ଏହି ସେବାର ପୂର୍ବ ପ୍ରସ୍ତୁତି କରିବା ସହିତ ନିୟମ ମୁତାବକ ଉପସ୍ଥିତ ହୋଇ ଶ୍ରୀ ଜୀଉଙ୍କର ବହୁ ପୁରାତନ ପରମ୍ପରାକୁ ରକ୍ଷା କରି ସେବା ସଂପାଦନ କରିଵାରେ ସଫଳ ହୋଇପାରିବୁ |