-
ପୁରୀରେ ବନ୍ଦ ଡାକରା ସଫଳ-CPIM,CPI ଓ ଫରୱାର୍ଡ ବ୍ଲକ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଦର ବୃଦ୍ଧି ପ୍ରତ୍ୟାହାର ପାଇଁ CPIM, CPI ଓ ଫରୱାର୍ଡ ବ୍ଲକ ତରଫରୁ ଓଡିଶା ବନ୍ଦର ଡାକରା କୁ ପୁରୀରେ ସଫଳ କରିବା ପାଇଁ ପୁରୀରେ ଜିଲ୍ଲାପାଳ ଅଫିସ, କୋର୍ଟ, ବ୍ୟାଙ୍କ, ସମସ୍ତ ଅଫିସ କୁ ଆନ୍ଦୋଳନ କାରି ମାନେ ପିକେଟିଂ କରି ବନ୍ଦ କରିଥିଲେ ଓ ଜିଲ୍ଲାକୋର୍ଟ ରେ ଜିଲ୍ଲା ଜଜ ଫେରିଥିଲେ |ପେଟ୍ରୋଲ 103ଟଙ୍କା ଡିଜେଲ98ଟଙ୍କାରେ,ଗ୍ୟାସ 400ଟଙ୍କା ରୁ 850ଟଙ୍କା, ଖାଇବା ତେଲରେ 40%ଆମଦାନୀ ଶୁଳ୍କ ଯୋଗୁଁ 200ଟଙ୍କାରେ ପହଁଚିଛି | ଡାଲି,ତେଲ,ସୁଜି,ଗହମ,ଚିନି, ମଟର ର ଦର ୟା ଭିତରେ 70%ରୁ 80%ବଢ଼ି ଲାଣି |କରୋନାରେ ଲୋକ ଙ୍କ ଜୀବିକା ଉଜୁଡି ଯାଇଛି ଦର ବୃଦ୍ଧି ଗରିବ ଓ ମଧ୍ୟବିତ୍ତ ଙ୍କ ଉପରେ ସଙ୍କଟ ଲଦି ଦେଇଛି ଲୋକେ ଭୋକରେ ମରିଯିବେ |ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନି ସଂଶୋଧନ ଯୋଗୁଁ କଳାବଜାରୀ ମହଜୁଦ ବଢିଛି ଧର ପଗଡ଼ ନଥିବା ଯୋଗୁଁ କୃତ୍ରିମଅଭାବ ସୃଷ୍ଟି ସହ ପରିବହନ ଖର୍ଚ୍ଚ ବଢିବା ଯୋଗୁଁ 23ଗୋଟି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ର ଦର ଆକାଶ ଛୁଆଁ |ଜୀବନ ରକ୍ଷା କାରି ଔଷଧ ର ଦର ମଧ୍ୟ ବଢିଛି |କେନ୍ଦ୍ର ସରକାର କରୋନା ସମୟରେ ତୈଳ ରୁ 2ଲକ୍ଷ 95ହଜାର କୋଟି ଟଙ୍କା ଟିକସ ଆଦାୟ କଲେ ଏବଂ ଖାଦ୍ୟ ସାମଗ୍ରୀ ରେ ଆମଦାନୀ ଶୁଳ୍କ ବଢ଼ାଇଲେ ସେଥିପାଇଁ ଦର ହୁ ହୁ ହୋଇ ବଢିଲା |ସେପଟେ କର୍ପୋରେଟ କ୍ଷେତ୍ର ରେ ଲକ୍ଷ ଲକ୍ଷ କୋଟି ଟଙ୍କା ରିଆତି ଦେଲେ |ତୈଳ ରେ GST ଲାଗୁ ନ କରି ଏକ ଲିଟର ପିଛା ଆଜିର ଦିନ ରେ ପେଟ୍ରୋଲ ରେ କେନ୍ଦ୍ର ଉତ୍ପାଦ ଶୁଳ୍କ ସହ ସେସ 33ଟଙ୍କା ରାଜ୍ୟ ପାଖାପାଖି 22ଟଙ୍କା ଭାଟ ଆଦାୟ କରନ୍ତି |ପ୍ରତ୍ୟେକ ଦିନ ଲୋକଙ୍କ ପକେଟ କାଟୁଥିବା କେନ୍ଦ୍ର ଓ ରାଜ୍ୟ ସରକାର ଦର ବୃଦ୍ଧି ପ୍ରତ୍ୟାହାର କରିବାକୁ CPIM ର ଶରତ କୁମାର ରାୟଗୁରୁ, ଜଗନ୍ନାଥ ଦେଓ,CPI ର ପ୍ରଦୀପ୍ତ ମହାନ୍ତି,ଫରୱାର୍ଡ଼ ବ୍ଲକ ର ଜିତେନ୍ଦ୍ରିୟ ବେହେରା,ଗୋବିନ୍ଦ ନାୟକ, ରଂଜିତ ନାୟକ,ପୂର୍ଣ୍ଣ ମୁଦୁଲି,ଟୁନା ନାୟକ, ମନୋରଞ୍ଜନ ମହାରଣା ଜ୍ୟୋତି ପ୍ରକାଶ ନାୟକ, ବିଭୁତି ରାଉତରାୟ, ରବି ପ୍ରଧାନ, ପର୍ଶୁରାମ ମହାପାତ୍ର,ଗୟାଧର ପାଣ୍ଡଵ, ଗୋବିନ୍ଦ ମାଝୀ, ପି ଯମୁନା, ସତ୍ୟଭାମା ବେହେରା, ବାହାନ ପରିଡା, ରବୀନ୍ଦ୍ର କାଣ୍ଡି, କୃଷ୍ଣ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ |