
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଆର୍ôଥକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବିଶେଷ ପ୍ରାଣୀଧନ ପ୍ୟାକେଜକୁ କ୍ରିୟାନ୍ୱୟନ ନିମନ୍ତେ ମଞ୍ଜୁରି ପ୍ରଦାନ କରିଚି । ଏହା ଅଧୀନରେ କେତେଗୁଡ଼ିଏ କାର୍ଯ୍ୟକ୍ରମ ସାମିଲ ରହିଛି । ଭାରତ ସରକାରଙ୍କ ଏହିସବୁ ଯୋଜନାଗୁଡ଼ିକର କେତେକ ବ୍ୟବସ୍ଥାକୁ ସଂଶୋଧନ କରାଯାଇଛି ଓ ସେଗୁଡ଼ିକୁ ସୁବ୍ୟବସ୍ଥିତ କରାଯାଇଛି । ଏହି ପଦକ୍ଷେପ ଆଗାମୀ ପାଞ୍ଚବର୍ଷ ନିମନ୍ତେ ଜାରି ରହିବ ଯାହା ୨୦୨୧-୨୨ ଆର୍ôଥକ ବର୍ଷଠାରୁ ଆରମ୍ଭ କରାଯିବ । ଏହି ମଂଜୁରୀ ଏଇଥିପାଇଁ ପ୍ରଦାନ କରାଯାଇଛି , ଯଦ୍ୱାରା ପ୍ରାଣୀଧନ କ୍ଷେତ୍ରର ବିକାଶକୁ ଅଧିକ ପ୍ରୋତ୍ସାହନ ମିଳିପାରିବ ଯେଉଁ କାରଣ ଯୋଗୁ ପଶୁପାଳନ କ୍ଷେତ୍ର ସହିତ ସଂଶ୍ଳିଷ୍ଟ ଦେଶର ପ୍ରାୟ ୧୦ କୋଟି କୃଷକଙ୍କୁ ଫାଇଦା ମିଳିପାରିବ । ଏହି ପ୍ୟାକେଜ୍ ଅଧୀନରେ କେନ୍ଦ୍ର ସରକାର ଆଗାମୀ ପାଞ୍ଚ ବର୍ଷ ଅବଧି ମଧ୍ୟରେ ୫୪,୬୧୮ କୋଟି ଟଙ୍କାର ମୋଟ ନିବେଶ ସଂଗ୍ରହ କରିବା ନିମନ୍ତେ ୯୮୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ।