
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୬ ଟା ୩ 0 ମିନିଟ ସମୟରେ ମଦ ଦୋକାନରେ କୋଭିଡ ନିୟମକୁ ଉଲ୍ଲଙ୍ଘନ କରି ଲୋକେ ମଦ କିଣୁଥିଵା ବେଳେ ଓଡି ୩ 0 ସି ୧ ୮ ୮ ୬ ନମ୍ବର ଅଟୋ ଯୋଗେ ଚାରି ପେଟି ମଦ ଏମଭି ୭ ୨ ନେଇଯାଉଥିଲେ । ଅଟୋ ଡ୍ରାଇଭରକୁ ପଚାରିବାରୁ ଜଣା ପଡିଲା ଯେ ଏହି ମଦ ପେଟି ଗୁଡିକ ଏମଭି ୭ ୨ ଗ୍ରାମକୁ ଯାଉଛି ବୋଲି l ଏଠାରେ ପ୍ରଶ୍ନ ଉଠୁଛି, କୋଭିଡ ନିୟମ କଣ କେବଳ ସର୍ବସାଧାରଣଙ୍କ ନିତାନ୍ତ ଜରୁରୀ ଦୋକାନ ଯେପରି ଜଳଖିଆ ଦୋକାନୀ, ରାସନଦୋକାନୀ, କପଡା ଦୋକାନୀ ମାନଙ୍କ ପାଇଁ ? ମଦ ବ୍ୟବସାୟୀ ମାନଙ୍କ ପାଇଁ ଏହି ନିୟମ ନାହିଁ କି ? କୌଣସି ଦୋକାନୀ କୋଭିଡ ନିୟମ ଖିଲାପ କରି ଯଦି ନିଜ ଦୋକାନ କିଛି ସମୟ ବିଳମ୍ବରେ ବନ୍ଦ କରେ ତେବେ ପ୍ରଶାସନ ପକ୍ଷରୁ ସେଠାରେ ୨୦୦୦ ହଜାରରୁ ୫୦୦୦ ହଜାର ପର୍ଯ୍ୟନ୍ତ ଜୋରିମାନା ନଚେତ ଦୋକାନକୁ ସିଲ୍ କରାଯାଉଛି l ଏଠାରେ ପ୍ରଶ୍ନ ଉଠୁଛି ୭୨ର ଜନୈକ ବ୍ୟବସାୟୀଙ୍କ ଲାଇସେନ୍ସ ନଥାଇ ମଧ୍ୟ ସେ କିପରି ବ୍ୟବସାୟ କରୁଛନ୍ତି ? ଆମ କିଛି ପତ୍ରକାର ବନ୍ଧୁ ଓଟୋ ଚାଳକ ଓ ତାର ସହଯୋଗୀଙ୍କୁ ପ୍ରଶ୍ନ କରିଥିଲେ ତୁମେ କାହିଁକି ଚୋରାରେ ବେପାର କରୁଛ, ଅଟୋ ଚାଳକ ଓ ତାର ସହଯୋଗୀ ଉତ୍ତର ରଖିଥିଲେ ଯେ, ଆମେ ବଡ଼ବାବୁ ମାନଙ୍କୁ ମାସିକ ପଇସା ଦେଉଛୁ। ଜିଲ୍ଲା ପ୍ରଶାସନର ନଜରରେ ଏହି ମଦ ଦୋକାନ ନାହିଁକି ? ଵାର୍ ଠାରୁ ମାତ୍ର ୫୦୦ ମିଟର ଦୂରତାରେ ଅବସ୍ଥିତ ପୋଲିସ ଥାନା ଓ ୧ କି.ମି ଦୂରତାରେ ଅବସ୍ଥିତ ଜିଲ୍ଲା ଦୈ।ରାଜଜଙ୍କ କାର୍ଯ୍ୟାଳୟ। ତେବେ ଦେଖିବାକୁ ବାକି ରହିଲା ନିୟମ ଉଲଂଘନ କରିଥିବା ଏମଭି ୭ ୯ ବାର ଵାଲା ପ୍ରତି ଜିଲ୍ଲା ପ୍ରଶାସନ କେଉଁ ପଦକ୍ଷେପ ନେଉଛନ୍ତି ।