ସୂଚନାରୁ ପ୍ରକାଶଯେ, ଭାରିଯାନ ଚଳାଚଳର ଟ୍ରାଫିକ୍ ସମାସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ୨୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଭାରିଯାନ ଟ୍ରକ୍ ରହିବା ପାଇଁ ସ୍ଥାନ ନିର୍ମାଣ କରାଯାଇଛି । ଉକ୍ତ ସ୍ଥାନମାନଙ୍କରେ ଅନ୍ଧାର ଦୂରିକରଣ ପାଇଁ ଆଲୋକିକରଣ ନିମନ୍ତେ ବିଭାଗ ପକ୍ଷରୁ ଲାଇଟ୍ ର ବ୍ୟବସ୍ଥା ରହିଛି । ଦୁଃଖ ଓ ପରିତାପର ବିଷୟ ଯେ, କିଛିଦିନ ପରେ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ଲାଇଟ୍ ଗୁଡିକ୍ ଅଚଳ ହୋଇ ପଡି ରହିଥିଲେ ମଧ୍ୟ କାହାରି ନଜର ପଡୁନାହିଁ । ଯାହାକି ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଥିବା କୁହାଯାଉଛି । ଅନ୍ଧାର ଯୋଗୁଁ ଭାରିଯାନ ଟ୍ରକ ଗୁଡିକ ରଖିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ଏଣୁ ଏନ୍ଏଚ୍ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଘଟଗାଁ ବାଇପାସ୍ ଓ ଗୋଳାବନ୍ଧ ସନ୍ନିକଟ ପାର୍କିଂରେ ଅଚଳ ହୋଇପଡିଥିବା ଲାଇଟ୍ ଗୁଡିକୁ ସଚଳ କରିବାକୁ ଜନସାଧାରଣରେ ଦାବି ହୋଇଛି ।
Related Stories
November 22, 2024