
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବାହାର ଲୋକ ମାନେ ଆସି କିପରି ରଥଯାତ୍ରାରେ ସାମିଲ ହେଲେ ଓ ରଥଯାତ୍ରା ପାସ ପାଇଲେ ଏହାର ଉପଯୁକ୍ତ ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ପୁରୀ ଜ଼ିଲ୍ଲା ଓକିଲ ସଂଘ ଓ ଯୁବ ଅଧିବକ୍ତା ସଂଘ ତରଫରୁ ପୁରୀ ଜ଼ିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି | ଉକ୍ତ ଦାବୀପତ୍ର ଦେବା ସମୟରେ ପୁରୀ ଜ଼ିଲ୍ଲା ଓକିଲ ସଂଘର ସଭାପତି ଭଗବାନ ମିଶ୍ର, ସମ୍ପାଦକ ସାରଦା ପ୍ରସାଦ ସାମଲ, ବିଭୁତି ଶଙ୍କର ତ୍ରିପାଠୀ, ଭଗବାନ ପଢିଆରୀ, ଶରତ ରାୟଗୁରୁ, ତପନ ବାରିକ, ବିଶ୍ୱଜିତ ପ୍ରଧାନ, ଦେବାଶିଷ ଦାଶ, ଅମ୍ବିକା ପ୍ରସାଦ ଦାଶ, ଶ୍ରୀକୁମାର ମିଶ୍ରଙ୍କ ସହ ପୁରୀ ଜ଼ିଲ୍ଲା ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର ସାହୁ, ବିଶ୍ୱଜିତ ପ୍ରଧାନଙ୍କ ସହ ଅନେକ ଆଇନଜୀଵୀ ଉପସ୍ଥିତ ରହିଥିଲେ |