
କୋଭିଡ ନିୟମ ମାନି ପୁରୀରେ ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ସରକାର ଙ୍କ ନିଷ୍ପତିକୁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକାରିତା କୁ ପୁରୀ ଲୋକେ ସ୍ବାଗତ କଲେ |୧୪୪ ଧାରା ଜାରି କରି ବଡଦାଣ୍ଡରେ ଉଭୟ ପାର୍ଶ୍ଵ କୋଠାରେ ରହୁଥିବା ଲୋକଙ୍କ ମୌଳିକ ଅଧିକାର କୁ କାଢି ନେଲେ । ତଥାପି ଲୋକେ ରଥଯାତ୍ରା ହେଉ ବୋଲି ନିରବ ରହିଲେ । କିନ୍ତୁ ଶ୍ରୀଗୁଣ୍ଡିଚା ଦିନ ଠିକାଦାର, ଜମି ମାଫିଆ,ଖଣି ମାଲିକ, ସଂଗୀତ ନିର୍ଦ୍ଦେଶକ, ମିଲ ମାଲିକ, ଇସ୍କନ, ବିଧାୟକ, ଅଣ ସେବାୟତ,ହରିୟାଣା ପୋଲିସ,ବେଙ୍ଗଲଲୋକ, ବଡ ଦାଣ୍ଡକୁ ଗଲେ କେମିତି ? ତାଙ୍କୁ କିଏ ପାସ ଦେଲା ? ତାଙ୍କୁ ପୋଲିସ ଜାଣିଲା ପରେ ମଧ୍ୟ ସଙ୍ଗେ ସଙ୍ଗେ କାହିଁକି କାର୍ଯ୍ୟାନୁଷ୍ଠାନ ନେଲେନି ? କେତେକ ସ୍ବେଚ୍ଛାସେବୀ ଓ ବୁମ ନ ଥିବା ଟିଭି ସାମ୍ବାଦିକ କୁ କିଏ ପାସ ଦେଲା ? ଜିଲ୍ଲା ବାହାରୁ ଓଡିଶୀ ନୃତ୍ୟଙ୍ଗନା କୁ କିଏ ପ୍ରୋତ୍ସାହନ ଦେଇଥିଲେ ? ଏ ସମସ୍ତ ଖବର ଗଣ ମାଧ୍ୟମ ରେ ଆସିଛି । ଉପରୋକ୍ତ ବର୍ଗ ର ଲୋକେ ଯାହାଙ୍କୁ ଅନୁମତି ନଥିଲା ସେମାନେ ଗଲେ କେମିତି ? ତାଙ୍କର କୋଭିଡ ଟେଷ୍ଟ ହେବାର ରିପୋର୍ଟ ପ୍ରଶାସନ ପାଖରେ ଅଛିକି ? ବାଡ ଯଦି କ୍ଷେତ ଖାଇବ ତେବେ କ୍ଷେତ କୁ ଜଗିବ କିଏ ? ପ୍ରଶାସନ ର ଦୋମୁହାଁ ନୀତି ଯୋଗୁଁ ପୁରୀ ସହର ଲୋକେ ଏହାର ଶିକାର ହେଲେ । ରଥ ପରିଚାଳନା ରେ ପ୍ରଶାସନିକ ବିଫଳତା କୋଉଠି ନା କୋଉଠି ସାଧାରଣ ଲୋକଙ୍କ ଅପେକ୍ଷା ବଡବଡ଼ିଆ, ମୁଷ୍ଟିମେୟ,ଥିଲା ବାଲା ଙ୍କ ପ୍ରତି ଜିଲ୍ଲା ପ୍ରଶାସନ ର ନରମ ମନଭାବ କୁ ଆମେ ବିରୋଧ କରୁଛୁ । ସମସ୍ତ ଆଇନ ଓ ସରକାର ଙ୍କ ମାର୍ଗ ଦର୍ଶିକା ଓ ପ୍ରଶାସନ ର କର୍ଫୁ ଭଲଂଘନକାରି ଙ୍କ ବିରୁଦ୍ଧରେ ଏତଲା ହେଉ । ଏ ସମସ୍ତ ପ୍ରସଙ୍ଗ ଉପରେ ବିଚାର ବିଭାଗୀୟ ତଦନ୍ତ ହେଉ । ଆଇନ ଉଲଂଘନ କାରି କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ ଦେଇଥିବା ଅଫିସର ଙ୍କ ବିରୁଦ୍ଧରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଜିଲ୍ଲାପାଳଙ୍କ ଜରିଆରେ ପୁରୀଜିଲ୍ଲାର ସଚେତନ ନାଗରିକ ମାନେ ଏକ ଦାବିପତ୍ର ଓଡିଶା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ବିଭୁତି ଶଙ୍କର ତ୍ରିପାଠୀ, ଶରତ କୁମାର ରାୟଗୁରୁ,ଶାରଦା ପ୍ରସାଦ ସାମଲ,ରମେଶ ଚନ୍ଦ୍ର ପ୍ରଧାନ,ଭଗବାନ ମିଶ୍ର ଏବଂ ଅନ୍ୟ ସାଥିମାନେ |