
-
ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଜନଜାଗରଣରେ ପରିଣତ କରିବାକୁ କଲେ ଆହ୍ବାନ
ସେ ଟ୍ବିଟ କରି କହିଛନ୍ତି ଯେ – ଢ଼େଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଥ ସ୍ତରର ସମିତିକୁ’ନରେନ୍ଦ୍ର ମୋଦି ମିତ୍ର ମଣ୍ଡଳି’ ନାଁରେ ନାମିତ କରି ଏହାକୁ ବ୍ୟାପକ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକୁ ଜନଜାଗରଣରେ ପରିଣତ କରିବା ପାଇଁ ପରାମର୍ଶ ଦେଲି ।
ସେବା, ସଂଗଠନ, ସମ୍ପର୍କ ଓ ସଂଘର୍ଷ ଆଧାରରେ କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ କରି ଲୋକମାନଙ୍କ ସହ ଯୋଡ଼ିହୋଇ ସମ୍ପର୍କ ସ୍ଥାପନ କରିବା ଉଚିତ୍ । କେବଳ ବିଧାୟକ ଏବଂ ସାଂସଦ ହେବା ପାଇଁ ନୁହେଁ ବରଂ ପ୍ରତିଟି ନାଗରିକଙ୍କ ମୌଳିକ ଓ ଅନ୍ୟାନ୍ୟ ସମସ୍ୟାକୁ ପ୍ରଭାବଶାଳୀ ଢ଼ଙ୍ଗରେ ସରକାରଙ୍କ ପାଖରେ ଉପସ୍ଥାପନ କରିବା ହିଁ ଆମର ଲକ୍ଷ୍ୟ ହେବା ଦରକାର।
ବର୍ତ୍ତମାନ ଟେକ୍ନୋଲୋଜି ଲୋକଙ୍କ ସହ ଯୋଡ଼ିହେବାର ନୂଆ ମାଧ୍ୟମ ହୋଇଛି । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ, ସାମାଜିକ ଗଣମାଧ୍ୟମ ଜରିଆରେ ଯୋଡ଼ିହୋଇ ଲୋକଙ୍କ ସେବା କରିବା ତଥା ମୋଦି ସରକାରଙ୍କ ସବକା ସାଥ୍,ସବକା ବିକାଶ, ଏବଂ ସବକା ବିଶ୍ୱାସ ମନ୍ତ୍ରରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କାମ କରିବା ବୋଲି ସେ କହିଛନ୍ତି ।