ଭଏସ ଅଫ କମନ ମ୍ୟାନ ତରଫରୁ ହେକ୍ଟର ମିଶ୍ର କରୋନା କଟକଣା ଉଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ସିଂହଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ଏକ ଲିଖିତରେ FIR ପ୍ରଦାନ କରିଛନ୍ତି |ସୂଚନା ଅନୁସାରେ ୨୦୨୦ ରଥଯାତ୍ରା ଅନୁଷ୍ଠିତ ହେବାପାଇଁ ଅନେକ ପ୍ରଚେଷ୍ଟା ପରେ ସୁପ୍ରିମକୋର୍ଟ ନିର୍ଦେଶ ଅନୁସାରେ କରୋନା କଟକଣା କଡାକଡି ପାଳନ କରି ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ କରିଥିଲେ |ଗତବର୍ଷ ଏହାକୁ କଡାକଡି ଭାବେ ପ୍ରଶାସନ ତରଫରୁ ପାଳନ କରାଯାଇଥିଲା |
ହେଲେ ୨୦୨୧ ରଥଯାତ୍ରା ସମୟରେ କରୋନା ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଛି |ଏଥି ସହିତ ଜିଲ୍ଲା ପ୍ରଶାସନ ତରଫରୁ ଜାରି କରାଯାଇ ଥିବା ୧୪୪ ଧାରାକୁ ଚ୍ୟାଲେଞ୍ଜ କରି କିଛି ବିଶିଷ୍ଟ ବ୍ୟକ୍ତି ରଥଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି |ଭଏସ ଅଫ କମନ ମ୍ୟାନ ତରଫରୁ ଆଇନ ଉଲଂଘନ କରି କଡନ ଭିତରେ ପ୍ରବେଶ କରିଥିବାର ଫଟୋ ପ୍ରମାଣ ସ୍ୱରୂପ ପ୍ରଦାନ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି |ଏହି FIR ର ନକଲ କପି ମୁଖ୍ୟମନ୍ତ୍ରୀ ଓଡିଶା , ମୁଖ୍ୟ ବିଚାରପତି ସୁପ୍ରିମ କୋର୍ଟ ,ଆଇନ ମନ୍ତ୍ରାଳୟ ଓଡିଶା,ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି |