
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଉପରେ ଏକ ଚିତ୍ରକଳା ମୋହର (Pictorial Cancellation) ପୁରୀ ପ୍ରଧାନ ଡାକଘରେ ତା ୧୩/୦୭/୨୦୨୧ ରେ ଶ୍ରୀମତୀ ମମତା ପଣ୍ଡା ଡାକପାଳ, ପୁରୀ ପ୍ରଧାନ ଡାକଘରଙ୍କ ଦ୍ଵାରା ବରିଷ୍ଠ ଡାକ ଅଧୀକ୍ଷକ, ପୁରୀ ଡାକ ମଣ୍ଡଳ ଶ୍ରୀ ବିପିନ ବିହାରୀ ମହାନ୍ତି ଏବଂ ସହକାରୀ ଡାକ ଅଧୀକ୍ଷକ ଶ୍ରୀ ଭଗବାନ ନାୟକ ଏବଂ ଶ୍ରୀ ସଂଜୀବ କୁମାର ଭୂୟାଁ ଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଯାଇଛି। ଉକ୍ତ ମୋହର ତା ୧୩/୦୭/୨୦୨୧ ରୁ କେବଳ ପୁରୀ ପ୍ରଧାନ ଡାକଘରେ ଫିଲାଟେଲିଷ୍ଟ, ଛାତ୍ରଛାତ୍ରୀ ଏବଂ ଆଗ୍ରହୀ ଜନତାଙ୍କ ପାଇଁ ଉପଲବ୍ଧ ହେବ | ଡାକପାଳ, ପୁରୀ ପ୍ରଧାନ ଡାକ ଘର ଏହାର ସଂରକ୍ଷଣ ଦାୟିତ୍ୱରେ ରହିବେ ।